STORYMIRROR

Lina Mohanty

Tragedy

3  

Lina Mohanty

Tragedy

ଜଗନ୍ନାଥ

ଜଗନ୍ନାଥ

1 min
28K


ତୋ ଛଡା ତୁଳସୀ ମୋ ପାଇଁ କାଳିଆ

କୋଟି କୋଟି ଅମୃତ,

ପାଇ ଦେଲେ ଥରେ ହାତ ପାପୁଲିରେ

ମେଣ୍ଟି ଯାଏ ମୋର ଭୋକ ।।

ଜଗତର ନାଥ ବୋଲାଉ କାଳିଆ

ତୁହି ପରା ଜଗନ୍ନାଥ,

କରିବୁନି ଆଉ କାହାକୁ କାଳିଆ

ମୋ ପରି ଅନାଥ ।।

ତୋ ଟଙ୍କ ତୋରାଣି ଦବୁରେ କାଳିଆ

ମେଣ୍ଟି ଯିବ ମୋର ଶୋଷ,

ସିଂହଦ୍ଵାରେ ଯାଗା ଦବୁରେ କାଳିଆ

ଲୋଡା ନାହିଁ ରତ୍ନ ଖଟ ।।

ଲୋଡାନାହିଁ ମୋର ଷାଠିଏ ପଉଟି

ଅଭଡ଼ା ମୁଠିଏ ଦବୁରେ ମତେ,

ସବୁଦିନ ମତେ ନ ନେ ତୋ ପାଶେ

ରଥେ ଦରଶନ ଦବୁ କି ସତେ ।।

ତୋ ବାମନ ବେଶ ଦେଖିବି ମୁଁ ସତେ

ଆଖି ଦୁଇ ମୋର ହେବ ପବିତ୍ର

ମୁଁ ଥିବି ସବୁ ଭକତଙ୍କ ମେଳେ

ଶଙ୍ଖ ହୁଳହୁଳି ଥିବ ସର୍ବତ୍ର ।।

ଶେଷ ବେଳେ ଟିକେ ଦବୁ ଦରଶନ

ଦେଖିବି ଟିକେ ତୋର ସେ ରୂପ,

ଦେବେ ମୋ ଆତ୍ମୀୟ ତୋ ନିର୍ମାଲ୍ୟ ପାଣି

ହେବ ମୋର ସେହି ଶେଷ ଢ଼ୋକ ।।

ଯିବିରେ କାଳିଆ ସିଂହଦ୍ୱାର ଦେଇ

ସ୍ୱର୍ଗ ଦୁଆରକୁ କୋକେଇ ରଥେ,

ଆତ୍ମା ଛାଡିଯିବ ମୋର ଏ ଶରୀର

ଯାଗା ଟିକେ ଦବୁ ତୋ ବୈକୁଂଠେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy