STORYMIRROR

Lina Mohanty

Tragedy

4  

Lina Mohanty

Tragedy

ନ ଥିବି ମୁଁ ତୁମ ପାଶେ

ନ ଥିବି ମୁଁ ତୁମ ପାଶେ

1 min
402

ଆଜି ପ୍ରତି ମୁହୂର୍ତ୍ତରେ ତୁମକୁ ଖୋଜୁଛି

ପ୍ରତି ମୁହୂର୍ତ୍ତରେ ତୁମେ ମନେ ପଡୁଛ,

ଏତେ ପାଖରେ ଥାଇ ବି ଦୂରରେ ତୁମେ

ସବୁଠୁ ନିଜର ହେଇକି ବି ପର ଲାଗୁଛ ।।


ଚାହିଁଛି ମୁଁ ସବୁବେଳେ କମେଇବାକୁ

ଦୂରତା ତୁମ ମୋ ଭିତରେ,

ତୁମେ ବୋଧେ ଚାହିଁନ ଦୂରତାର ସମାପ୍ତି

କେବେବି ଆମ ଜୀବନରେ ।।


ତୁମ ପାଇଁ ମୋ ଭଲପାଇବା ଏତେ ବୋଲି

ତୁମେ ମୋ ପାଇଁ କଠୋର ତ,

ତୁମକୁ ଛାଡ଼ି ରହିପାରୁନି ବୋଲି ମୁହୂର୍ତ୍ତେ

ତୁମେ ଏମିତି କରୁଛ ତ ।।


କେତେଦିନ ବଞ୍ଚିବି ଅଣନିଃସ୍ୱାଶୀ ହୋଇ

ଅପେକ୍ଷାରେ ତୁମର ସବୁଦିନ,

କେତେବେଳେ ତ ବାଟ ଚାହିଁ ଥକି ଯିବି ମୁଁ

ଆଉ ଅଟକିଯିବ ମୋ ସ୍ପନ୍ଦନ ।।


ମୁଁ ଜାଣିଛି ଛଳନା ନାହିଁ ମୋ ପ୍ରେମରେ

ତୁମ ଛଡା ଆଉ ଚାହିଁନି କାହାକୁ,

ସବୁଦିନ ନ ଥିବି ମୁଁ ତୁମ ପାଶେ

ସମୟ ବି ନ ଥିବ ମତେ ଖୋଜିବାକୁ ।।


ହଜିଯିବି ଟିକେ ସ୍ମୃତି ନେଇ ସବୁଦିନ

ତୁମ ଜୀବନରୁ ପାରିବନି ଜାଣି,

ଲିଭିଯିଵ ସବୁଦିନ ପାଇଁ ମୋ ସ୍ମୃତି

ଆଉ ମୋ ଜୀବନର କାହାଣୀ ।।


Rate this content
Log in

Similar oriya poem from Tragedy