STORYMIRROR

Lina Mohanty

Others

4  

Lina Mohanty

Others

କଳା ଠାକୁର

କଳା ଠାକୁର

1 min
330

ମୋ ଲୁହର ମୂଲ୍ୟ ତୋ ପାଖେ କାଳିଆ

ଥାଆନ୍ତା ଯଦି ବି ଥରେ,

ବାର ବାର ମତେ ଠକି ଦିଅନ୍ତୁନି

ଏକା ଛାଡ଼ି ଏ ସଂସାରେ ।।

ତୁ ଜାଣିନୁ ବୋଧେ ତୋ ପାଇଁ ଏ ମନେ

କେଉଁ ଭାବନା ମୋ ଅଛି,

କେବେ ଥରେ ଟିକେ ବୁଝନ୍ତୁ ଯଦି ତୁ

ଖୁସି ମୁଁ ଟିକେ ହୁଅନ୍ତି ।।

ତୁ ତ ତୋ ସ୍ଥାନେ ଅଛୁ ଆନନ୍ଦରେ

ମୋ ପାଇଁ କାହିଁ ତୋ ମନ,

ତୋ ଭକତ କେତେ ତାଙ୍କ କଥା ଭାବି

ମତେ ଦବୁ ମନେ ସ୍ଥାନ ।।

ଆପଦେ ବିପଦେ ତୋ ଛଡ଼ା ମୋର

ସାହା ଆଉ କିଏ ମୋର,

ତୋ ପାଦେ ଶରଣ ଦେ ମତେ ଟିକେ

ଆହେ ମୋ କଳା ଠାକୁର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍