Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Lina Mohanty

Abstract Others

3  

Lina Mohanty

Abstract Others

ଇଏ କଣ ସ୍ୱାଧୀନତା

ଇଏ କଣ ସ୍ୱାଧୀନତା

1 min
123


ମୁଁ ପରା ସ୍ଵାଧୀନ ଦେଶର ନାଗରିକ,

ହେଲେ ସ୍ୱାଧୀନତା କାହିଁ ମୋର !!

ରହିପାରୁନି ମାଆ ଗର୍ଭରେ ଦଶ ମାସ,

ଝିଅ ଟିଏ ଜାଣିଲେ ହେଉଛି ହତ୍ୟା !!

ଏଥିରେ ଦୋଷ କାହାର ?

ଗର୍ଭରେ ରଖିଥିବା ସେ ମାଆର,

ନା ଏଇ ସମାଜରେ କିଛି ନିୟମର !

ପୋଡି ହେଇ ଯାଉଛି ମୁଁ ଆଜି ବି,

ଯୌତୁକ ଜୁଇରେ ନିର୍ମମ ଭାବେ,

ତଥାପି ନାହିଁ ପ୍ରତିବାଦର ସ୍ୱର !

ଝିଅ ଟିଏ ବୋଲି ନାହିଁ ଅଧିକାର,

ଚାଲି ପାରୁନି ମୁଁ ଏକାକୀ କେବେ

ଡର ନାରୀ ଦେହ ଲୋଭୀ ନରର ।।

ନାଁ କୁ ଖାଲି ଶାସନ ଗଣତନ୍ତ୍ରର,

ଶାସନ ତ ଖାଲି ଏଠି କ୍ଷମତାର ।।

କିଏ ପାଉଛି ସୁବିଧା କ୍ଷମତା ପାଇଁ,

କିଏ ଜୀଉଁଛି ଜୀବନେ ଅନାହାର ।।

ନିରୀହ ବାଳକ ହୁଏ ଶ୍ରମିକ ଦେଶର,

ବଞ୍ଚିତ ହୁଏ ସେ ସବୁ ସୁଖ ସୁବିଧାର,

ଏଇ ତ ପ୍ରଭାବ ଦେଶରେ କ୍ଷମତାର ।।

ମିଳୁନି ଯୋଗ୍ୟତା ଥାଇ ବି ରୋଜଗାର,

ଭାଙ୍ଗି ଯାଉଛି ଏଠି ସପନ କାହାର ।।

ଏଇ ତ ସ୍ୱାଦ ଆମ ସ୍ବାଧୀନତାର ,

ସତରେ କଣ ଏଇଟା ସ୍ୱାଧୀନତା !!



Rate this content
Log in

Similar oriya poem from Abstract