STORYMIRROR

Lina Mohanty

Others

4  

Lina Mohanty

Others

ବନ୍ଧୁତ୍ୱ

ବନ୍ଧୁତ୍ୱ

1 min
382

ସମୟ ବିତି ସାରିଛି,

ହଜେଇ ସାରିଛେ ଆମେ

ସେ ଅଭୁଲା ଦିନ ଗୁଡ଼ିକ,

ହେଲେ ସ୍ମୃତି ହୋଇ

ରହି ଯାଇଛି ହୃଦୟରେ,

ବହୁତ ଖୋଜେ ସେ

ଦିନ ଗୁଡାକ ମୁଁ ଏକା ଏକା ,

ହେଲେ ପାଏନି ସେଇ

ସାଥୀ ହୋଇ ଖେଳିବା

ପାଠ ପଢିବା ନିତିଦିନ,

ଆଉ ମନେପଡେ ମୋର

ତୋ ଉପରେ ସେ ଅଭିମାନ ।

କୋହ ଭରିଆସେ ଭିଜେଇ

ଆଖି ଦୁଇ ମୋର,,

ସତରେ କେତେ ମିଠା ସେ

ଶବ୍ଦ ଦୁଇ ଆଉ ସମ୍ପର୍କ ବନ୍ଧୁତ୍ୱର ।


Rate this content
Log in