STORYMIRROR

Lina Mohanty

Others

3  

Lina Mohanty

Others

ତୁ କେମିତି ଜାଣିପାରୁନୁ

ତୁ କେମିତି ଜାଣିପାରୁନୁ

1 min
373

ହେ ବର୍ଷା !!!!

ତୁ କେମିତି ଯାଣିପାରୁନୁ

ମୋ କୋହ,,

ତୁ ହିଁ ତ ଦେଖିଛୁ

ମୋ ଲୁହ ।।


ଦୁନିଆ ଆଖିରୁ ସିନା

ଲୁଚେଇ ଦେଇଛି

ତୋ ସାହାଯ୍ୟ ନେଇ,,

କାନ୍ଦିଛି ଗୁମୁରି ଗୁମୁରି

କିଏ କାଳେ ଦେଖିଦବ

ଖାଲି ତୋ ପାଖେ ଥାଇ ।।


ତୁ କହ ମତେ ଥରେ

କାହିଁକି ପାରୁନି ସହି

କେମିତି ଯନ୍ତ୍ରଣା ଇଏ,,

ହସେ ଦୁନିଆ ଆଗରେ

ଦୁଃଖକୁ ଲୁଚେଇ

କେମିତି ଜୀବନ ଇଏ ।।


ତୁ ତ ଆସିଛୁ ଚାଲିଯିବୁ

ମତେ ପୁଣି ଏକା କରି

ତୋ ଦୁନିଆକୁ,,

କେମିତି ଲୁଚେଇବି ଲୁହ

ବାଣ୍ଟିବି କାହାସାଥେ ଦୁଃଖ

ମନକଥା କହିବି କାହାକୁ ।।


ତୁ କେମିତି ଜାଣିପାରୁନୁ !!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍