STORYMIRROR

Lina Mohanty

Tragedy

4  

Lina Mohanty

Tragedy

ରହି ଯା ତୁ

ରହି ଯା ତୁ

1 min
493

       

ରହି ଯା ତୁ ରାକ୍ଷସ ରୂପୀ କରୋନା

ବହୁତ ଜୀବନ ନେଲୁଣି,,

ବନ୍ଦ କର ତୋର କାୟା ବିସ୍ତାର

ବହୁତ ଛଟପଟ ହେଲୁଣି ।।


ତୋ ପାଇଁ ଆଜି ଅସ୍ତବ୍ୟସ୍ତ ବିଶ୍ଵ

କେଉଁଠି ନାହିଁ ନିସ୍ତାର,,

ଜନ ସମାଜ ଆଜି ଭୟଭୀତ

କରନା କାୟା ବିସ୍ତାର ।।


ତୁ କଣ ଭାବୁଛୁ ତୁ ଜିତିଯିବୁ

ପ୍ରାଣ ନେଇ ମାନବର,,

ଆମେ ବି ଅଛୁ ସଜାଗ ରହିବୁ ବି

କାଢି ଏ ମନରୁ ଡର ।।


ଡରିବୁନି ତତେ ଆଉ କ୍ଷଣେ

ହରାଇବୁ ନିଶ୍ଚେ ତତେ,,

ଆମର ଆଉ ଆମ ସମାଜର

ଜୀବନ ଆମ ହାତେ ।।


ହବୁ ସଚେତନ ମାନିବୁ ନିୟମ

ତତେ ହରାଇବାକୁ,,

ହାରିବୁ ତୁ ଜଲଦି ଆମ ପାଖେ

ଦେଖି ସଚେତନତାକୁ ।।


ବାଜି ସାରିଛି ତୋ ବିପକ୍ଷରେ

ଯୁଦ୍ଧାରମ୍ଭର ସେ ଶଙ୍ଖ,,

କରିବୁ ନିଶ୍ଚେ ତତେ ଜଲଦି

ଆମ ପାଖେ ପରାସ୍ତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy