STORYMIRROR

Lina Mohanty

Abstract

3  

Lina Mohanty

Abstract

ଆମ ଏ ବନ୍ଧନ

ଆମ ଏ ବନ୍ଧନ

1 min
85

ଆମ ଏ ବନ୍ଧନ ତ ସ୍ନେହ

ଆଉ ଭଲ ପାଇବାର,

ନା ଲୋଡା ଏଥିପାଇଁ ଧନ

ନା ଲୋଡା ଉପହାର ।।

ତୋ ଉପରେ ମୁଁ କେତେ

ରାଗୁଥିଲି ପିଲାଦିନେ,

ମନେପଡେ ଆଜି ଏତେ

ହେଲେ ମିଳେନା ଜୀବନେ ।।

ବୁଝାଉ ଥିଲୁ ତୁ ମତେ କେତେ

ବୁଝି ମୋର ଅଭିମାନ,

ତଥାପି ଅମାନିଆ ଥିଲି

ବୁଝେନା ମୋ ମନ ।।

କାହିଁକି ଗାଧେଇନୁ ଏଯାକେ

ବାନ୍ଧିବି ମୁଁ ରାକ୍ଷୀ ତତେ,

ବେଳ କେତେ ହେଲାଣି

ତୁ ଜାଣି ନ ପାରୁ ସତେ ।।

ଆଉ ଆଣିବିନି ତୋ ପାଇଁ

ରାକ୍ଷୀ ଆର ଥରକୁ,

କି ବାନ୍ଧିବିନି ତତେ ଆଉ

ମନେ ରଖିବୁ ଆଜି ଦିନକୁ ।।

ସତକୁ ସତ ପାରିଲିନି ବାନ୍ଧି

ରାକ୍ଷୀ ତୋ ହାତରେ,

ସମୟ ଅଲଗା କରିଦେଲା

ଡ଼ୋରି ଧରି ହାତରେ ।।

ଭାବି ହୁଏ ଆଜି ଫେରି

ପାଆନ୍ତି କି ସେଇ ଦିନ,

ବାନ୍ଧି ଦିଅନ୍ତି ହାତେ ରାକ୍ଷୀ

ଛାଡ଼ି ସବୁ ଅଭିମାନ ।।

ତଥାପି ଭାଇ ତୁ ଅଛୁ ପାଖେ

ଦୂରତା କିଛି କ୍ଷଣ,

ଏତେ ସହଜରେ ଛିଡିବନି

ଆମ ଏ ବନ୍ଧନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract