STORYMIRROR

Lina Mohanty

Romance Fantasy

4  

Lina Mohanty

Romance Fantasy

ଆଜି ବି ଖୋଜୁଛି

ଆଜି ବି ଖୋଜୁଛି

1 min
348

ସେଦିନ ସେ ଅନ୍ଧାର ରାତିରେ

ଘଡଘଡିର ଚିତ୍କାରରେ,

ବିଜୁଳିର ଲୁଚକାଳି ଖେଳରେ

ହଠାତ୍ କିଛି ପଡ଼ିଲା ଆଖିରେ ।।


ଜଣେ ଧଳା ଲୁଗା ପିନ୍ଧା ଯୁବତୀ

ଆଖିରେ ଭରା କ୍ରୋଧର ଅଗ୍ନି,

ସତେ ଯେମିତି ସେ ଆଡେସାଡ଼େ

କାହାକୁ ଖୋଜି ଚାଲିଛି ।।


ଚାଲିବାର ଗତି ନ ଥିଲା ତାର

ସାଧାରଣ ମଣିଷ ଭଳି,

ଆଖି ପିଛୁଳାକେ ଉଭାନ ହେଉଥିଲା

ବର୍ଷା ରାତିର ବିଜୁଳି ପରି ।।


ମୋ ପାଦ ତ ପଛକୁ ଫେରିଲା

ଭୟରେ କମ୍ପିଲା ଶରୀର,,

ନା ଥିଲା ପାଖରେ କେହି ମୋର

ନା ପାଖେ କିଛି ଘର ।।


ସାହସ କରି ବଢ଼ାଇଲି ଆଗକୁ ପାଦ

ଦୃତ ଗତିରେ ମାଡ଼ି ଆସୁଥଲା,

ଲାଗୁଥିଲା ଅଟକି ଯିବ ମୋ ସ୍ପନ୍ଦନ

ତା ଆଖିରେ ଯେଉଁ ନିଆଁ ଥିଲା ।।


ହଠାତ୍ ସେ ଚିତ୍କାର କରି ଉଠିଲା

ଲୁହ ଥିଲା ତା ପଲକରେ,

କହିଲା ଆଜି ବି ଖୋଜୁଛି ତୁମକୁ

ଖୋଜୁଥିବି ସବୁ ଜନମରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance