STORYMIRROR

Lina Mohanty

Tragedy Children

3  

Lina Mohanty

Tragedy Children

ତୁ ମୋ ଶେଷ ସ୍ବପ୍ନ

ତୁ ମୋ ଶେଷ ସ୍ବପ୍ନ

1 min
61

ତୁ ଥିବା ଯାଏ ଏଇ ମୋ ଜୀବନେ

ବଞ୍ଚିଥିବି ତତେ ଚାହିଁ

ସବୁ ଆଶା ମୋର ଯାଇଛି ମଉଳି

ତୁ ଏକା ଅଛୁ ରହି ।।

ସ୍ବପ୍ନ ଯେତେ ମୋର ମରୀଚିକା ପରି

ଚାଲିଗଲା ମତେ ଠକି...

ତୁ ଜୀବନର ଅନ୍ତିମ ସ୍ବପ୍ନ ମୋ

ମୋ ପାଇଁ ଖାଲି ବାକି ।।

ଦବୁ ନାହିଁ ଧୋକା ଯିବୁ ନାହିଁ ଛାଡ଼ି

ତୁ ଥିଲେ ମୁଁ ଥିବି..

ତୁ ଯେବେ ମୋ କୋଳରେ ଆସିବୁ

ସବୁ ଦୁଃଖ ଭୁଲିଯିବି ।।

ଭୁଲିଯିବି ଯେତେ ଯନ୍ତ୍ରଣା ଜୀବନେ

ପ୍ରତାରଣା ଅବା ଦୁଃଖ..

ତୁ ଆସିଗଲେ ଳିଭିଯିବ ମନୁ

ହୃଦୟର ଯେତେ ଶୋକ ।।

ତୋହରି ଆଶାରେ ବଞ୍ଚିଛି ଖାଲି ମୁଁ

ନାହିଁ ଆଉ କିଛି ଆଶା..

ମୁଁ ସିନା ତୋ ପାଇଁ କରିବି ଅପେକ୍ଷା

ଦଇବ ତତେ ଭରଷା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy