ତୁ ମୋ ଶେଷ ସ୍ବପ୍ନ
ତୁ ମୋ ଶେଷ ସ୍ବପ୍ନ


ତୁ ଥିବା ଯାଏ ଏଇ ମୋ ଜୀବନେ
ବଞ୍ଚିଥିବି ତତେ ଚାହିଁ
ସବୁ ଆଶା ମୋର ଯାଇଛି ମଉଳି
ତୁ ଏକା ଅଛୁ ରହି ।।
ସ୍ବପ୍ନ ଯେତେ ମୋର ମରୀଚିକା ପରି
ଚାଲିଗଲା ମତେ ଠକି...
ତୁ ଜୀବନର ଅନ୍ତିମ ସ୍ବପ୍ନ ମୋ
ମୋ ପାଇଁ ଖାଲି ବାକି ।।
ଦବୁ ନାହିଁ ଧୋକା ଯିବୁ ନାହିଁ ଛାଡ଼ି
ତୁ ଥିଲେ ମୁଁ ଥିବି..
ତୁ ଯେବେ ମୋ କୋଳରେ ଆସିବୁ
ସବୁ ଦୁଃଖ ଭୁଲିଯିବି ।।
ଭୁଲିଯିବି ଯେତେ ଯନ୍ତ୍ରଣା ଜୀବନେ
ପ୍ରତାରଣା ଅବା ଦୁଃଖ..
ତୁ ଆସିଗଲେ ଳିଭିଯିବ ମନୁ
ହୃଦୟର ଯେତେ ଶୋକ ।।
ତୋହରି ଆଶାରେ ବଞ୍ଚିଛି ଖାଲି ମୁଁ
ନାହିଁ ଆଉ କିଛି ଆଶା..
ମୁଁ ସିନା ତୋ ପାଇଁ କରିବି ଅପେକ୍ଷା
ଦଇବ ତତେ ଭରଷା ।।