STORYMIRROR

Bidyutprabha Gantayat

Tragedy

3  

Bidyutprabha Gantayat

Tragedy

ନିଖୋଜ ଝିଅର ପେଟେରା

ନିଖୋଜ ଝିଅର ପେଟେରା

1 min
26.8K



................................

ଝିଅଟା ନିଖୋଜ ହେବା ଦିନରୁ

ମନକୁ ସନ୍ତାପ ଘାରୁଛି

କାହିଁ କେଉଁଠି ନା କେଉଁଠି

ମୋ ଦୋଷରୁ

ଝିଅଟା ହଜିଯାଇନାହିଁ ତ??

ମୁଁ କେମିତି ବୁଝାଇବି ନିଜକୁ

ଯେତେ ସାଲିସ କଲେ ବି

ନିଜ କୁ ନିଜ ସହ ।

ତଥାପି କଣ୍ଠ ରୋଧିବା

ତଥାପି ସନ୍ତୁଳି ହେବା

ଚାଉଁକିନା ଥରକୁ ଥର

ଚମକିବା,ମୋର ଗଲା ନାହିଁ ।

ଝିଅଟିର ପେଟେରା

ଦଶଥର ଖୋଲି ଦେଖୁଛିି ଦିନକୁ

ସେଇ ମଇଳା ରୁମାଲ

ନଖପଚା ରଙ୍ଗ ଶିଶି,ଟିକିଲି

ଦରଜୀ ଦୋକାନ ଗୋଟିଆ

ରଙ୍ଗୀନ ଟୁକୁରା କନା କେଇଖଣ୍ଡ

ଓ ଶୁଖିଲା ଫୁଲର ମାଳା ।

ଏତକ ସଂପତ୍ତିକୁ ଝିଅଟା

ଗଣ୍ଠିଧନ କରିଥିଲା...ଆହା !

ଦୁନିଆକୁ ନିତି ଦେଖୁଥିବା

ନଜରରେ ତା'ଚିଜମାନେ

ତା'ଦୁନିଆକୁ ରୂପ ଦେଉଥିଲେ

ଏବେ ଝିଅଟି

ଅଚାନକ ନିଖୋଜ ।

ଥଳକୂଳ ପାଉନି।

ଏ ସପନର ଟୁକୁରା ମାନଙ୍କୁ ନେଇ

ମୁଁ କାହାକୁ ବୁଝେଇ କହିବି ଯେ,

ଏଇ ତୁଚ୍ଛ ସପନର ଶିଳ୍ପୀ

ସେଇ ଆଲୁରି ବାଲୁରି ଝିଅଟି

ନିଖୋଜ ହୋଇଯାଇଛି

ତା'ର ପତ୍ତା ମିଳୁନାହିଁ ।

******

(ଡ଼. ବିଦ୍ୟୁତପ୍ରଭା ଗନ୍ତାୟତ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy