STORYMIRROR

Pallabini Acharya

Romance Tragedy

4.2  

Pallabini Acharya

Romance Tragedy

ପ୍ରୀତି ମନ୍ଥନ

ପ୍ରୀତି ମନ୍ଥନ

1 min
27.4K




ବିକେଶ ସାହୁ


ମୋ ହୃଦୟ ବେଳାଭୂମିରେ

ଆଜିବି ଠିଆ ହେଇଛି

ଆମ ଦରଭଙ୍ଗା ପ୍ରୀତି ବାଲି ଘର

ନା ତାକୁ ଧୋଇନେଇଛି ସାଗର

ନା ଉଡେଇ ନେଇଛି ମରୁତ

ନା କିଏ ଥାପି ଦେଇଛି ପାଦ

ଆଜି ବି ତ ଠିକ ସେମିତି

ଠିଆ ହେଇଛି ସେ

ଯେମିତି ଆମେ ଗଢ଼ିଥିଲେ

ପ୍ରତିଟି ବାଲୁକା ରେଣୁରେ

ବିଶ୍ୱାସ ଆଉ ଭରସାର ଆସ୍ତରଣ ଦେଇ ।


କିନ୍ତୁ

ଆଜି ତ ଭୁଷୁଡ଼ି ପଡିଛି ସେଇ ବିଶ୍ୱାସ

ହରାଇ ସରିଛି ସେ ଭରସା

ରହି ଯାଇଛି କୋଉ ଗୋଟେ ଅତୀତ ପୃଷ୍ଠାରେ

କ୍ଷୁଦ୍ର ଏକ ସ୍ମୃତି ସାଜି

ରହିଥିବ ମଧ୍ୟ

ଠିକ ସେମିତି

ଯେମିତି ଥିଲା ଆଉ ରହିଛି ।


ତଥାପି ଆଜି କାଇଁ

ମୋ ହୃଦୟ ସାଗରରେ

ଆରମ୍ଭ ହୋଇ ସାରିଛି ଗୋଟେ ମନ୍ଥନ

ଠିକ ଦେବସୁର ପରି

ଅତୀତ ଆଉ ବର୍ତ୍ତମାନର ମଧ୍ୟରେ

ସମୟର ବସୁକିରେ

ସ୍ମୃତିର ମନ୍ଦର ପର୍ବତେ

ଅମୃତ ନିର୍ଯ୍ୟାସର ଆଶା ନେଇ

ପିଇ ଚାଲିଛି ବିଷ ତକ

ନୀଳକଣ୍ଠ ନିଜକୁ ସଜେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance