STORYMIRROR

Paramita Sarangi

Tragedy

3  

Paramita Sarangi

Tragedy

ମୋ ନନା

ମୋ ନନା

1 min
25.7K


ପିଲା ଦିନର ପଦ୍ମ ପତ୍ରରେ

ବିନ୍ଦୁଟିଏ ବର୍ଷାର

ଛଳ ଛଳ ମୋ ନିରିହ ପଣ

ସାମ୍ନାରେ ଘନ ମେଘ ପରି

ସେ ଗମ୍ଭୀର


ମୁଁ ଚାଲୁଥିଲି

ଅନ୍ଧାରରୁ ଆଲୋକକୁ

ତାଙ୍କ ବାଁ ହାତରେ ବସି ବସି

ସତେ ଯେପରି

ଆକାଶର ତାରା ସହ

ବଜାରର ସବୁ ଖେଳନା ଗୁଡିକ ମୋର

ଶୋଇଲା ବେଳେ, ସେ କହୁଥିବା

କାହାଣୀ ଗୁଡ଼ିକ ବି ମୋର।


ସେ ଏବେ

ଆଉ ଗୋଟେ ଜନ୍ମ

ନେଇ ସାରିଲେଣି,

ଭାଙ୍ଗି ପଡୁଥିବା ଶରୀରକୁ ନେଇ

ତଥାପି ମାଲିକ ସେ ତାଙ୍କ ସିଂହାସନର

କୃଷ୍ଣ କାର ବଂଶୀଧର ସେ

ତାଙ୍କ ଦ୍ବାରିକାର


ସମୃଦ୍ଧ ସେ

ମୋ ଭିତରେ

ସୁରକ୍ଷିତ ଦୁର୍ଗକୁ

ସୁଡ଼ଙ୍ଗ ଟିଏ ହୋଇ

ନେଇ ଯାଆନ୍ତି, ଭିନ୍ନ ଏକ ପୃଥିବୀର

ଆଲୋକିତ ଇଲାକାକୁ

ଯାହା ଭିତରେ ମୁଁ

ଖୋଜି ନେଇଛି

ଈଶ୍ଵରଙ୍କ ଠୁଁ ବି ଅଧିକ ଈଶ୍ଵରଙ୍କୁ।


ପାରମିତା ଷଡ଼ଙ୍ଗୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy