STORYMIRROR

Sanskruti Mohanty

Tragedy

3  

Sanskruti Mohanty

Tragedy

ସଲାମ୍ ଶହୀଦ

ସଲାମ୍ ଶହୀଦ

1 min
26.9K


ତୋପର ସଲାମୀରେ,

ଫୁଲର କଫିନରେ,

ଉଠୁଛି ଶହିଦର ଶବ।

ଜନତାର ଭିଡ ଭିତରେ,

ଶହୀଦ ଅମର ରହେର ଧ୍ୱନିରେ

ଉଠୁଛି ଶହୀଦର ଶବ।

ତ୍ରିରଙ୍ଗାର ଚାଦର ତଳେ,

ଅଶୃଳ ଶ୍ରଧାଞ୍ଜଳୀରେ,

ଉଠୁଛି ଶହୀଦର ଶବ।

ବାପାଙ୍କ ଛାତି ଥରା ଦୀର୍ଘଶ୍ୱାସରେ,

ମାଆର ଆଖି ଲୁହରେ,

ଉଠୁଛି ଶହୀଦର ଶବ।

ପତ୍ନୀର ଶୂନ୍ୟ ସୀମନ୍ତରେ,

କୁନି ପୁଅର ଅବୁଝା ଆଖିରେ,

ଉଠୁଛି ଶହୀଦର ଶବ।

ଭଉଣୀର ସାଇତା ରାକ୍ଷୀରେ,

ଭାଇର ନିରବ ଚାହାଣୀରେ,

ଉଠୁଛି ଶହୀଦର ଶବ।

ସଭିଙ୍କୁ ପର କରି ସେ ସାଜିଛି,

ଅଫେରା ପଥର ଯାତ୍ରୀ,

ଦେଶ ମାତୃକାର ରକ୍ଷା ପାଇଁ,

ଢ଼ାଳି ଦେଇଛି ନିଜର ଶେଷ ରକ୍ତବିନ୍ଦୁ।

ହସି ହସି ଶୋଇ ଯାଇଛି,

ମାଟି ମାଆର କୋଳରେ ଚିରଦିନ ଲାଗି।

ଛାଡି ଯାଇଛି ତା ବୀରତ୍ବର ପଦଚିହ୍ନ।

ଅସ୍ତଗାମୀ ସୂର୍ଯ୍ୟର ଲୋହିତ ଆଭାରେ,

ଉଜ୍ଜ୍ୱଳ ଦିଶୁଛି ଶହୀଦର ମୁହଁ,

ଘିଅ ଆଉ ଚନ୍ଦନ କାଠର ଜୁଇରେ,

ଜଳି ପାଉଁଶ ହେଉଛି ଶହୀଦର ଶବ,

ଗୁମୁରି ଗୁମୁରି କାନ୍ଦୁଛି ଶହୀଦର ପରିବାର,

ସଲାମ୍ ଶହୀଦର ଧ୍ୱନିରେ ବିଦାୟ ନେଉଛି,

ଶହୀଦର ପବିତ୍ର ଆତ୍ମା......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy