STORYMIRROR

Padmalaya Mishra

Tragedy

3  

Padmalaya Mishra

Tragedy

ବିରହୀଣି

ବିରହୀଣି

1 min
26.3K


ତୁମ ବିନା ସାଥୀ

କାନ୍ଦଇ ହୃଦୟ

ନୟନୁ ଝରଇ ଲୁହ

ଫେରିଆସି ଥରେ

ଦେଖିଯାଅ ନିଜେ

ଜଳାଏ ମତେ ବିରହ।


ଆଶା ନଦୀ ତୀରେ

ତୁମରି ନାମକୁ

ଲେଖୁଛି ନିତି ଯତନେ

ଅମାନିଆ ଢେଉ

ପୋଛି ଦିଏ ପଛେ

ରହିଯାଅ ତୁମେ ମନେ।


କା ଆଗେ କହିବି

ମୋ ମନ ବେଦନା

ବୁଝିବ ବା କିଏ କାହିଁ

ତୁମେ ଯେବେ ବୁଝି

ନପାରୁଚ ସାଥୀ

ବୁଝେଇ ବି ଲାଭ ନାହିଁ।


ଜାଣିଲି ମୋ ଭାଗ୍ୟେ

ତୁମେ ନାହ ବୋଲି

ପାଇବିନି ତୁମ ପ୍ରେମ

ନୀରବେ ଯାଉଛି

ଛାଡି ଏ ଦୁନିଆ

ଆଦରି ନିଜ କରମ।।


....... ପଦ୍ମାଳୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy