STORYMIRROR

Kiranbala Rath

Tragedy

4  

Kiranbala Rath

Tragedy

ଦୁହିତାର ଦୁଃଖ

ଦୁହିତାର ଦୁଃଖ

1 min
299

ଜିଇଁବି କିପରି କୁହ ହେ ଶ୍ରୀ ହରି

ଦୁର୍ଦ୍ଦାନ୍ତଙ୍କ ସଙ୍ଗାତରେ

ହୃଦୟ ଦରଦ ଭୋଗୁଛି ଦରଦ

ପ୍ରତିନିତ୍ୟ ସଂସାରରେ।


ମୁଁ ପରା ‌‌‌‌‌‌ଦୁହିତା ଦୁଇ କୂଳକୁ ହିତା

ଊଣା ନୁହେଁ କେଉଁଥିରେ

ନିଷ୍କପଟ ମନ ଲବଣୀ ସମାନ

ଧୀର ମୁଁ ସହନଶୀଳରେ ।


ବାଲ୍ୟରୁ ଜୀବନ କେତେ ଅଘଟଣ

ଜୀବନେ ମୋ ଘଟୁଥାଏ।

ନୀରବ ରୋଦନେ ବଞ୍ଚେ ପ୍ରତିକ୍ଷଣେ

କରମକୁ ନିନ୍ଦୁଥାଏ ।


ନାରାୟଣୀ ନାରୀ ନୁହେଁ କା ବଇରୀ

ସୃଷ୍ଟି ପାଇଁ ସ୍ରଷ୍ଟା ସିଏ

ପାରଙ୍ଗମତାର ଯୋଗ୍ୟ ବିବେକରେ

କେଉଁ କାର୍ଯ୍ୟରେ ନ୍ୟୁନ ନୁହେଁ।


ଅତି ବିଷଧର ସାଜନ୍ତି ପାମର

କାମୁକ ଲମ୍ପଟ ଜାତି

ଦାନବ ସ୍ୱରୂପ ଦେଉଥାନ୍ତି ଝାମ୍ପ

ଚିଲ ଭଳି ଖୁମ୍ପି ଖାଆନ୍ତି।


ଭଲମନ୍ଦ ଜ୍ଞାନ ଭୁଲନ୍ତି ଦୁର୍ଜନ

କୁକର୍ମରେ ହୋଇ ଲିପ୍ତ

ହୋଇ ବଶବର୍ତ୍ତୀ ହରାନ୍ତି କୃତି

କରିଥାନ୍ତି ପ୍ରାଣଘାତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy