କନ୍ୟାଭୃଣ ବିଳାପ
କନ୍ୟାଭୃଣ ବିଳାପ
ଅନ୍ଧାର ରାତିର ଶୂନଶାନ
ଭୟତ୍ରସ୍ତ କର୍କଶ ଶ୍ଵାନ ଝିଙ୍କାରି ଙ୍କ
ଲୋମହର୍ଷଣକାରୀ ଆତ୍ମ ବିଦାର ଶବ୍ଦ ,
ନିର୍ଯ୍ୟାତିତ ନାରୀ ହୃଦୟର
ଜଳାର୍ଣ୍ଣବ ଜୀବନ
ଜଳାବର୍ତ୍ତ ଜୀବନ ତା' ପ୍ରାଣରେ
କୃର ଅତ୍ୟାଚାରୀ ପୁରୁଷ ର ଅଙ୍ଗୁଳି ଇଙ୍ଗିତ ରେ
ଆଉ ତା ' ଲୋଲୁପ ଦୃଷ୍ଟି ରେ ।
ଭୟାନବ କୃପାଣରେ
ଭୂମିଷ୍ଠ ହେବା ପୂର୍ବରୁ
ନାରୀ ପିଣ୍ଡ ର ଖଣ୍ଡ ଖଣ୍ଡ ମାଁ
ବୁଣି ହୁଏ ହେବା ପାଇଁ ବିଲୁଆ ଶାଗୁଣା ଙ୍କ ଆହାର
ପୁଣି କେତେବେଳେ ଯେ କନ୍ୟାଭୃଣ
ଅପେକ୍ଷା କରିଥାନ୍ତି
ବନାଇବାକୁ ନିଜ ଏନ୍ତୁଡ଼ିଶାଳ
କେଉଁ ରାସ୍ତା କଡ଼ କୁ ତ ପୁଣି କେତେବେଳେ
ନାଳନର୍ଦ୍ଦମା ଆଉ ପଲିଥିନ୍ ଗଦା କୁ ।
କନ୍ୟା ଭୃଣ କେବେ ତ ସାଜିଥିଲା
ପ୍ରଣୟିନୀ , ମାତା , ଭଗିନୀ, ଆଉ ଶିକ୍ଷୟିତ୍ରୀ !
ଅନ୍ୟ ପାଇଁ ଦେଇଥିଲା
ଆପଣା ଜୀବନକୁ ଜଳାଞ୍ଜଳି ,
ପୁଣି କାହିଁକି ଆଜି ନିଷ୍ପାପ କନ୍ୟା ଭୃଣ ଉପରେ
ଏ ଅନ୍ୟାୟ ଆଉ ଅତ୍ୟାଚାର ?
ଆଜି କନ୍ୟା ଭୃଣ ଭୟରେ ରାତ୍ରି ର ନିର୍ଜନତାକୁ
ଅସୁରକ୍ଷିତ ଶୃଙ୍ଖଳାବିହୀନ ସମାଜରେ
ଝିଅ ଟିଏ ସାଜେ ଜନ୍ମ ନେବାକୁ ,
ଘୃଣା କରେ ପଶୁ ତୁଲ୍ୟ ମାନବ ସମାଜରେ
ମାତା , ଭଗ୍ନୀ ଆଉ ପତ୍ନୀ ର ପରିଚୟ ନେବାକୁ ।
କିଏ ଶୁଣିବ କନ୍ୟା ଭୃଣ ର ଏକ କରୁଣ ବିଳାପ !
ହା ହର୍ତ୍ତାକର୍ତ୍ତା
କନ୍ୟା କ'ଣ ଏତେ ଅଲୋଡ଼ା. ?
ନିଜ ପରିବାର କୁ ଚିହ୍ନିବା ପୂର୍ବରୁ
ଦେଇ ଦେଲ ଏତେ ବଡ଼ ଅଭିଶାପ
ଈଶ୍ୱର! ପାଦ ପଙ୍କଜ ରେ ଏତିକି ମିନତି ମାତ୍ର
ସମର୍ପି ଦିଅ କନ୍ୟା ଭୃଣ କୁ
ତା'ର ଅସ୍ତିତ୍ବ , ପରିଚୟ ଆଉ ଅଧିକାର ,
ଗଢ଼ି ଦିଅ ନାରୀ ପାଇଁ ସୁରକ୍ଷା ର ଆବଦ୍ଧ ପଞ୍ଜୁରୀ. ।
