STORYMIRROR

Kiranbala Rath

Tragedy

4  

Kiranbala Rath

Tragedy

ନାରୀ

ନାରୀ

1 min
415

ନାରୀ ଯେ ଅନେକ ରୂପ ଗ୍ରହଣ କରଇ

ଭଗବାନ ଙ୍କ ପୂଜା ପରେ ଯଦି କେହି ପୂଜନୀୟ ଥାଏ

ତେବେ ସେ ହେଉଛି ନାରୀ।


ନାରୀ ଯେ ଖେଳନା ନୁହେଁ

ଅନ୍ୟ ମାନଙ୍କୁ ଖୁସି ରେ ରଖିବାକୁ ଚେଷ୍ଟା କରି

ନିଜେ ତିଳ ତିଳ ହୋଇ ଜଳଇ ।


ଏଇ ଭଣ୍ଡ ସମାଜ , ସଂସାର ରେ ରହି

ବାହାରୁ ଅନେକଙ୍କୁ ଖୁସି ଦେଖାଇ

ତା'ର ଅନ୍ତର ମଧ୍ୟରେ ଜ୍ଵଳା ସୃଷ୍ଟି ହୋଇଥାଏ

କିନ୍ତୁ ତା'ର ସେହି ଜ୍ୱଳା କୁ କେହି ବୁଝି ପାରନ୍ତି ନାହିଁ ।


ଏ ସମାଜ ନାରୀ ରୁ ଆରମ୍ଭ ନାରୀ ରେ ଶେଷ

ନାରୀ ପାଇଁ ସ୍ଥିତି ସଂସାର ରେ

କିନ୍ତୁ ମଣିଷ ଜାତିଟା ଏତିକି ବୁଝି ପାରେନା

ଯାହା ଯୋଗୁଁ ନାରୀ ହେଉଛି ଛାରଖାର।


ମାତୃ ଗର୍ଭରେ ହତ୍ୟା କରେ ଏ

କନ୍ୟା ସନ୍ତାନ ବୋଲି

ମୃତ୍ୟୁ ର କୋଳ ରେ ଶୋଇ

ଶିଶୁ କୁ ଜନ୍ମ ଦେଇଥାଏ ।


ନାରୀ ଜନନୀ, ନାରୀ ସୃଷ୍ଟିକର୍ତ୍ତା

ଫୁଲ ପରି କୋମଳ, କୁଣ୍ଠା ପରି କଠୋର

ସ୍ନେହ ମମତାର ଲବଣୀ ପିତୁଳା ।


ଦୁଃଖ କୁ ଆପଣେଇ ସୁଖ ଯିଏ ବାଣ୍ଟେ

ଈଶ୍ୱର ଙ୍କ ପରି ଅନେକ ରୂପ ଗ୍ରହଣ କରେ

କନ୍ୟା, ଜନନୀ, ଭଗିନୀ, ଅର୍ଦ୍ଧାଙ୍ଗିନୀ ସେ

ସହସ୍ର ସଂଘର୍ଷ ରୁ ବଞ୍ଚାଇ ରଖିଥାଏ ସେ ... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy