Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotshna Mudi

Tragedy

4.7  

Jyotshna Mudi

Tragedy

ହୃଦୟହୀନା

ହୃଦୟହୀନା

1 min
360


ଲୁହ ତ କେବେ ବି କାରଣ ଖୋଜେନା 

         ଆସିଯାଏ ଅବେଳରେ ,

ଅନ୍ତରରେ କିଏ ଦେଲେ ଟିକେ ବାଧା

         ଅସରନ୍ତି ଲୁହ ଝରେ । 


ଅନ୍ତରରେ କୋହ ଜମାଟ ବାନ୍ଧିଲେ

         ଆଖି ଡେଇଁ ବୋହିଯାଏ ,

ଛାଡ଼ ତମେ ଅବା କେମିତି ବୁଝିବ 

         କେମିତି ନିବିଡ଼ ସମ୍ପର୍କ ଇଏ । 


ଲୁହ ଦରିଆରେ ସ୍ବପ୍ନ ଡଙ୍ଗା ଭାସେ

         ନିଦ ଆସେନା କି ରାତି ସରେନା

ସକାଳ ସୂରୁଜ ଦେଉଛି ଦରଜ

         ତୁମ ପରି ସିଏ ହୃଦୟହୀନା ।


ତୁମ ବିନା ସାଥୀ ଜୀବନରେ ମୋର

         ନାହିଁ କିଛି ଅଭିଳାଷ ,

ତୁମରି କଥାକୁ ଝୁରି ଝୁରି ଦିନେ

         ଚାଲିଯିବ ଏ ନିଃଶ୍ୱାସ ।


ଜିଅନ୍ତା ଜୁଇରେ ଜଳୁଛି ଆଜି ମୁଁ

         ଅକୁହା କାହାଣୀ ହୋଇ ,

ବଞ୍ଚିବାଟା ମୋର ଅଭିନୟ ଖାଲି

         କା' ଆଗେ ପାରୁନି କହି ।


ସୂରୁଜ ଉଇଁଲେ , ଅନ୍ଧାର ରାତିରେ 

          ତୁମକୁ ଖୋଜେ ମୁଁ ମନେ ,

କାହିଁ ଗଲ ସାଥୀ ଅଧା ରଖି ପ୍ରୀତି

          ଦୁଃଖ ଦେଇ ମୋ ଜୀବନେ ।


Rate this content
Log in

Similar oriya poem from Tragedy