STORYMIRROR

Jyotshna Mudi

Others

4  

Jyotshna Mudi

Others

ଲୁହ

ଲୁହ

1 min
375

ଲୁହରେ ଲେଖିଚି ଶେଷ କବିତାଟି

ତୁମ ପାଇଁ ହେ ଠାକୁର , 

ଏ ଜୀବନେ କେହି ନାହାନ୍ତି ନିଜର ;

ତୁମ ବିନା ଆଉ ମୋର ।୧। 

ଆଖି ଲୁହ ମୋର ଆଖିରେ ମରୁଛି

ରଖିବାକୁ ନାହିଁ ଜାଗା , 

କେବେ ତୁ ବୁଝିବୁ ମୋ ଲୁହର କଥା ;

କହ ଆରେ ତୁହି ଜଗା । ।୨। 

ଲୁହ ତ କେବେ ବି କାରଣ ଖୋଜେନା 

ଆସିଯାଏ ଅବେଳରେ , 

ଅନନ୍ତରେ କିଏ ଦେଲେ ଟିକେ ବାଧା ;

 ଅସରନ୍ତି ଲୁହ ଝରେ । ।୩। 

କେତେ ଭଲପାଏ ତୋତେରେ କାଳିଆ , 

ଜାଣି ତୁ ପାରିବୁ ନାହିଁ , 

ତଥାପି କାହିଁକି ଆଖିରେ ଭରୁ ମୋ ;

ମାୟା ମୋହ ଲୁହ ତୁହି। ।୪। 

ଭଲ ପାଇବାର ମୂଲ୍ଯ ଯଦି ଏହା

ଆଖିରେ ଲୁହ ଭରିବା , 

ଅନାଥର ନାଥ ଜଗନ୍ନାଥ ନାମ ;

କାହିଁକି ମୁଖେ ଧରିବା ।



Rate this content
Log in