Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotshna Mudi

Tragedy

4.0  

Jyotshna Mudi

Tragedy

ତୁମ ବିନା ସାଥୀ

ତୁମ ବିନା ସାଥୀ

1 min
220


ତୁମ ବିନା ଏକା  ବଂଚିବିନି ବୋଲି

     ଜୀବନକୁ ଦେଲି ମାରି , 

ସବୁ ଜାଣିଶୁଣି   କଷ୍ଟ ଦିନ କାଇଁ 

    ମିଛେ କୁହ ପୁଣି ସରି ।  । ୧ । 


କି ଲାଭ ପାଅ ଯେ   ଲୁହ ଦେଇ ନୀତି

    ଭାଙ୍ଗି ଦେଇ ମୋର ମନ , 

ତୁମେ କି ଜାଣନା   ତୁମ ପାଇଁ ସାଥୀ

    ଅଧା ଅଛି ଏ ଜୀବନ ।  । ୨। 


ତୁମ ବିନା ସାଥୀ   ଲାଗୁଛି ଯେମିତି

    ଜୀବନଟା ପୁରା ଖାଲି , 

ଏମିତି ସମୟ    ଆସିବ ଜୀବନେ

   କେବେ ଭାବି ମୁଁ ନଥିଲି ।  । ୩। 


ତୁମ ବିନା ସାଥୀ   ଜୀବନରେ ଆଉ

   ନାହିଁ କିଛି ଅଭିଳାଷ , 

ତୁମରି କଥାକୁ    ଝୁରି ଝୁରି ଦିନେ

   ଚାଲିଯିବ ଏ ନିଃଶ୍ବାସ ।  । ୪। 


ଜିଅନ୍ତା ଜୁଇରେ   ଜଳୁଛି ଆଜି ମୁଁ

   ଅକୁହା କାହାଣୀ ହୋଇ , 

ବଂଚିବାଟା ଖାଲି  ଅଭିନୟ ମୋର

   କା ' ଆଗେ ପାରୁନି କହି ।  । ୫। 


ସୂରୁଯ ଉଇଁଲେ   ଅନ୍ଧାର ରାତିରେ

   ତୁମକୁ ଖୋଜେ ମୁଁ ମନେ , 

କାହିଁ ଗଲ ସାଥୀ  ଅଧା ରଖି ପ୍ରୀତି

  ଦୁଃଖ ଦେଇ ମୋ ଜୀବନେ ।  । ୬। 



Rate this content
Log in

Similar oriya poem from Tragedy