ଓମିକ୍ରନ୍
ଓମିକ୍ରନ୍
ସ୍ରଷ୍ଟାଙ୍କ ସୃଷ୍ଟି
ଭାରସାମ୍ୟ ହରାଇ ବସିଲେ
ଜନ୍ମ ମୃତ୍ୟୁର ସମତା ନ ରହିଲେ
କାଳର କରାଳ ଚକ୍ରରେ
ସ୍ରଷ୍ଟା ନିପାତ କରନ୍ତି
ବିବିଧ ରୂପରେ ।
ହୁଏତ ଏହାହିଁ ଏଇ କରୋନା
ବିଂଶ ଶତାବ୍ଦୀର ପ୍ରାରମ୍ଭରେ
ଚୀନ୍ ଉହାନ୍ ସହରରେ
ବାହୁଡ଼ି ସରକାତି ମାଧ୍ୟମରେ
ସାରା ବିଶ୍ବକୁ ମାଡ଼ିଗଲା
କରୋନା ରୂପରେ ।
ପୋକ ମାଛି ପରି ମଣିଷ
ଆର୍ତ୍ତରେ ଡାକେ ତ୍ରାହି ଅଚ୍ୟୁତ
ଉଜୁଡି ଯାଏ ସଜଡ଼ା ଘର
ଗ୍ରାମ, ସହର ଭୟରେ କାତର
ନର୍ସ , ଡାକ୍ତର , ପୋଲିସ ସୈନ୍ୟ ବିଭାଗ
କର୍ମ ତତ୍ ପର ।
କୋରନା ମହାମାରୀ
ବଞ୍ଚିବା ବିଷମ ଡାକ୍ତରଖାନା,
ମଶାଣି, ସ୍ଵର୍ଗଦ୍ଵାର ଯହିଁ ଚାହଁ
ଯନ୍ତ୍ରଣା ରେ କବଳିତ ଶବ ପାଇଁ
ଜାଗା ନିଅଣ୍ଟ ।
ତଥାପି ମାନେ ନା କୋରନା
କିଂ କର୍ତ୍ତବ୍ୟ ବିମୁଢ ମଣିଷ
ନୂଆଁ ରୂପେ ଓମିକ୍ରନ୍ ଆତଙ୍କ
ସାରା ବିଶ୍ବ ଚକିତ
ବ୍ଯାପିଯାଏ କରି ଅଟହାସ୍ଯ
ସ୍କୁଲ କଲେଜ ଚାରିପଟେ
ଖେଳାଏ ଆତଙ୍କ ।
ଦୂରତା ଛୁଆଁ ଅଛୁଆଁ
ଥଣ୍ଡା ଜର କାଶ ସାଥେ
କାୟା ବିସ୍ତାରେ ବିଶ୍ବ ରାଜଦାଣ୍ଡ
ବୃଦ୍ଧ ବୃଦ୍ଧା,ଯୁବଯୁବା ବାଳୁତ ବି
ନାହିଁ ପରିତ୍ରାଣ ।
ଦୀର୍ଘ ଦୁଇ ବର୍ଷ ଧରି
ଗୋଡାଏ କୋରନା
ମୃତ୍ୟୁ ର ତାଣ୍ଡବଲୀଳା
ଦ୍ରୃତଗତିରେ ସଂକ୍ରମଣ
ଓମିକ୍ରନ୍ କେବେ ଯିବ
ହା ହତାଶେ ଜଗତ
ସୃଷ୍ଟି କର୍ତ୍ତା ହେ ଜଗଦିଶ
ତୁମେ ହିଁ ଉଦ୍ଧରି ରଖ ।
