STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

କୁହୁଡି

କୁହୁଡି

1 min
183


    ମାୟା ମରିଚୀକା ଏହି ଜୀବନ

    ମୋହ ମାୟାରେ କଟଇ ଆମ ଦିନ

    ପରିବାର ଠାରୁ ପରିବେଶ ଯାଏଁ

       ସବୁ ପରା ଏଠି ଦିବା ସ୍ଵପ୍ନ

      ବାପମା ଭାଇ ବନ୍ଧୁ ପରିଜନ

     ସବୁ ଯେ ମାୟାର କୁହୁଡି

     ଦିଗହରା ପଥିକ ଆମେ ଯେ ସଭିଏଁ

      ଘନ ଅନ୍ଧକାରେ ଯାଏ ପହଁରି

     ମାୟା ମମତା ର ମାନେ କିଛି ନୁହେଁ ଏଠି

        ଏ ସମ୍ପର୍କ ଅଟେ ଅଦୃଶ୍ୟ କୁହୁଡି ।


     ପତିପତ୍ନୀ ଙ୍କର ସମ୍ପର୍କ ଯେ ମିଛ

        ମିଛ ଏ ପ୍ରେମ ପ୍ରଣୟ

       ସବୁର ମୂଳରେ ସେହି ଅଦୃଶ୍ୟ ଶକ୍ତି

         ସେହି ତ ଭୟ ନିର୍ଭୟ

     ଯାହାକୁ କହିବୁ ଆଜି ତୁ ନିଜର

       କାଲି ସେ ଯିବ ତୋତେ ଛାଡି

    ପ୍ରିୟା ପ୍ରୀତି ଏଠି କିଛି ନୁହେଁ ଧନ

          ସବୁ ତ ମାୟା କୁହୁଡି ।


       କାହାକୁ ମଣିବୁ ପର ଏଠି ତୁହି

         କାହାକୁ ମଣିବୁ ନିଜର

     ନିଜ ପର ବୋଲି ଯାହାକୁ ଭାଳିବୁ

         ସବୁ ତ ମାୟାରେ ଭରପୁର

      ଦିନର ସୂରୁଯ ରାତିକୁ ନ ଥାଏ  

         ସଭିଏଁ ସ୍ଵାର୍ଥେ ହୁଅନ୍ତି ଭିଡା ଭିଡି

       ପିଢ଼ି ପରେ ପିଢ଼ି ସଭିଏଁ ପହଁରନ୍ତି

      ଏହି ଯେ ମାୟାର କୁହୁଡି ।


      ମିଛ ସ୍ଵାର୍ଥେ ଧାଇଁ ଧାଇଁ

       ଅମୂଲ୍ୟ ସମୟକୁ ବିତାଇ

      ସଂସାର ମାୟା ଜାଲେ ପଡି

      ଅକାଳ ବାର୍ଦ୍ଧକ୍ୟ କୁ ନିଜେ

      ନିଜ ପାଇଁ ଆଣିଥାଏ ମଣିଷ ଭିଡି

        ଲୋଭ ମୋହେ ପଡି ପଡି

       ମିଛ ଅହଂକାର କୁ ଧରି

       ଜୀବନଟା ସାରା ଆମେ ସର୍ବେ

          ପହଁରୁଛେ ଖାଲି କୁହୁଡି ।


        

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract