ସରିତା: ସୁଚରିତା
ସରିତା: ସୁଚରିତା
ଝିଅ ସେ ଅତି ନିରବ, ଥିଲା ତା'ର ନାଁ ସରିତା;
ପାଠରେ ଥିବ ଆଗରେ, ଠାରୁ ଶୋଭା-ଝୁନୁ-ନିତା;
ଏକାଏକା ପାଖେ ନଥିବେ, ପଦ୍ମିନୀ-ସନ୍ଧ୍ୟା-ମମତା;
ତାକୁ ଛାଡି ସବୁ ଗପିବେ, ମାମି-ବନ୍ଦନା-ଗୀତା;
ସେପଟେ ଅଞ୍ଜନା-ଶୈଳ, ଦୀପ୍ତି-ଲିନା-ସୁଚିତ୍ରା;
ଜୟନ୍ତୀ-ବିଷୟା ତହିଁ, ଯେ ଶ୍ୱରୀ-ଶାନ୍ତି-ସୁଜାତା |
କେଶ ବିନ୍ୟାସ ଏମିତି, ନାହିଁ ତା' ଲୋଡ଼ା ତ ଫିତା;
ଦେଖିବାକୁ ଠିକ ଯେମିତି, ଥିଲେ ଇନ୍ଦିରା ନେତା;
ହେଲେ ଭଲପାଏ ନାହିଁ, ସେ ନେତା-ଅଭିନେତା;
ବୁଦ୍ଧିରେ ଚତୁର ସିଏ, ପାରେ କେ କାଟି ତା' ଚିତା;
କାନ୍ଧେ ବସ୍ତାନି ବହି ତା', ପାଦରେ ଲେଡିଜି ଜୋତା;
ଆସିବ ଶ୍ରେଣୀକୁ ଧରି, ସେ ହାତେ ବଙ୍କୁଲୀ ଛତା |
ଉତ୍ତମ ଅତି ଝିଅଟେ, ବହୂଟେ, ଉତ୍ତମ ମାତା;
ସଦୟ ହୃଦ ମନ ତା', ଅଲିଭା ଅଟେ ସଳିତା;
ସ୍ନେହ ପ୍ରେମରେ ଭରା ସେ, ଥିଲେ ବି କାର୍ଯ୍ୟରତା;
ସକ୍ଷମ ସିଏ ସବଳା, ନୁହେଁ ତ ଟିକିଏ ଭୀତା;
ତୁଳସୀ ଦୁଇ ପତ୍ରରୁ, ବାସେ ସେ ଜଗତ ଜିତା;
ହାରିବା ଯାତକେ ନାହିଁ, ତା' ଲେଖା ସେ ଅପରାଜିତା |