ବିକ୍ଷିପ୍ତ ବୟସ
ବିକ୍ଷିପ୍ତ ବୟସ
ମାଟି ଓଦା ଅଛି ଗଛ ଲଗାଇଲେ ଅକ୍ଲେଶେ ଯିବ ବଢି
ଗଛ କାନ୍ଦିବ ଶୁଭିବନି ରଡ଼ି କାଟୁଛୁ ସବୁଜ ଗଛର ଡ଼ାଳ ।
ଭବିଷ୍ଯତ ଅଛି ସୁଖ କରିବାକୁ କାହିଁକି ବିଷାଦ ଏମିତି
ଭୁଲିଯା'ତୁ ମଜା ଓ ମସ୍ତି ଏବେ ତ୍ୟାଗ କରିବାର ବେଳ ।
ନିମ୍ନ ମଧ୍ଯବୀତେ ତୋ' ଜନ୍ମ ପେଟମାରି ମନମାରି ଜୀବନ
ଲୁହ କୋହରେ କାଦୁଅ ତୋର ଛାତି ଦିଶିବୁ ମୁଖେ ନିର୍ମଳ ।
ଏବେ ବଞ୍ଚି ଯା' ବାବୁ କାଲି ପୁଣି ଆଉଥରେ ନୁଆ ବଞ୍ଚିବୁ
ଆମପାଇଁ ସହିବାଟା ସୁଖ ବାଲ୍ୟ କିଶୋର କି ଯୁବବେଳ ।
ବୟସ ଜଟିଳ କଞ୍ଚା ସପନ ମିଛ ଆଶା ହିଁ ତ ତୋର ତତ୍ତ୍ବ
ହସିବାକୁ ବାଧ୍ଯ ଦାନ୍ତେ ମନେ ରଖି ନୀରବତା କୋଳାହଳ ।
ବିକ୍ଷିପ୍ତ ବୟସର ଭାଗ ସବୁଠି ଏବେ ଜୀବନ ନିଶ୍ୱାସଟିଏ
ତୁ କାନ୍ଦିଲେ, ତୁ ହସିଲେ ପାଗଳ ତୁ ନୀରବେ ପାଗଳ।