STORYMIRROR

Nirmala Nayak

Abstract Tragedy Classics

3  

Nirmala Nayak

Abstract Tragedy Classics

ନକହି ରହିପାରେନା

ନକହି ରହିପାରେନା

1 min
197

କହିବାକୁ ଇଚ୍ଛା କିନ୍ତୁ

କହିପାରେନା

ନ କହି ରହି ପାରେନା 

ନିୟତିର ପରାକ୍ରମେ

ହାରି ଯାଇ ଶୂନ୍ୟ ହସ୍ତେ ଆକାଶ କୁ ଚାହିଁ

ସଫେଦ ମଥାରେ ହାତ ରଖି

ସ୍ମରଣ କରେ ଅତୀତର ପୂର୍ଣ୍ଣମୀର

ପୂର୍ଣ୍ଣଭରା ରୂପେଲି ଆକାଶକୁ

ଜହ୍ନ ହସେ ଉପହାସ କରି

ଯେହେତୁ,

ଅନ୍ଧାରକୁ ପାରିଛି ସେ ଜିଣି !

ମୋ ହୃଦୟ ର ଆକାଶ ରେ

ଖାଲି ଖଣ୍ଡ ଖଣ୍ଡ ମେଘର ବନ୍ୟା

ସେ ବନ୍ୟାରେ ଭାସେ 

ଟୋପା ଟୋପା ରକ୍ତର ବିନ୍ଦି !

କିନ୍ତୁ,

ମଧ୍ୟରାତ୍ରରେ ସ୍ୱାନର କ୍ରନ୍ଦନ

ପେଚକର ସ୍ୱର

ହୃଦୟର ସ୍ପନ୍ଦନ କୁ

ହଜାଇ ଦିଏ କାଳର ସ୍ରୋତ ପ୍ରତି କୂଳେ !

ସେତେ ବେଳେ,

ଘରର ଚାରିକାନ୍ଥ ଡେଇଁ ଚେମେଣୀ ଘୁରି ବୁଲେ

କୋକୁଆ ଭୟକୁ ନେଇ

ସମୟ ନାଲି କପଡା ହଲାଇ

ଗଡି ଗଡି ଚାଲେ ସବୁଜ ପତାକାକୁ ଚାହିଁ

ବିଧିର ବିଧାନ କିଏ କରିବ ଖଣ୍ଡନ '!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract