STORYMIRROR

Nirmala Nayak

Drama Tragedy Classics

3  

Nirmala Nayak

Drama Tragedy Classics

ଏଇ ତ ଜୀବନ

ଏଇ ତ ଜୀବନ

1 min
156

ଏଇ ତ ଜୀବନ 

ଯେଉଁ ଜୀବନର କାହାଣୀ

କହି ହୁଅନା କି ଶୁଣି ହୁଏନା

ଏ ତ ଏମିତି ଜୀବନ

ଲକ୍ଷ୍ୟ ପଥରେ ପହଂଚିଵା ପୂର୍ଵରୁ

ଝୁଣ୍ଟି ପଡି ରକ୍ତାକ୍ତ ସାଜୁଛି

ଏଇ ସେହି ମଣିଷ

ବଂଚିଵା ପାଇଁ ହୃଦୟ କ୍ଷେତରେ

ମାଇଲ ଖୁଣ୍ଟଟିଏ

ପୋତିବା ପରେ ପରେ

ଅଦିନିଆ ଝଡ଼ ବତାସରେ

ଭୁଷୁଡି ପଡୁଛି |


ଏଇ ତ ସେହି ଜୀବନ

ହାତ ପାହାନ୍ତାରେ ସୁଖକୁ,

ପାଇବା ବେଳକୁ

ରାଜରାସ୍ତାର ଆଗନ୍ତୁକ ସାଜି

ଦୁଃଖକୁ ସାଉଁଣ୍ଟି ନେଉଛି

ଏଇ ତ ସେହି ଜୀବନ

ଫଳନ୍ତି ଗଛଟାରେ

ଫୁଟି ଉଠୁ ଥିବା କଢ଼ିଟି

ପ୍ରସ୍ଫୁଟିତ ହେବା ବେଳେ  

କାଳ ବୈଶାଖୀ ଶିକାରରେ

ତା ଓଠର ହସ ମଉଳି ଯାଏ

ଆଖିର ଲୁହ

ଜୀବନର ଦୁଃଖ ଯନ୍ତ୍ରଣାକୁ

ଆବୋରି ନେଇ ଆଗକୁ ଯିବାକୁ ସପଥ ନିଏ |


ଏ ତ ସେହି ମଣିଷ

ସେଇ ଜୀବନ

ଆଜି ସେ ଉପାୟ ଖୋଜୁଛି

ନିଜକୁ ସୁରକ୍ଷିତ ରଖିବ

ଅନ୍ୟ ମାନଙ୍କୁ ସୁରକ୍ଷିତ ରହିବାକୁ

ଶିଖାଇବ

ନିଜେ ପଥର ପାଲଟି

ଅନ୍ୟକୁ ଫୁଲର ଶେଯରେ

ସୁଆଇବ

ତା ପରେ

ଭାବନାର ବହୁତ ଦୁରକୁ ଚାଲି ଯିବ

ଯେଉଁଠି ହସ ଖୁସି

ସୁଖ ଦୁଃଖ ସବୁ ସମାନ ଥିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama