STORYMIRROR

Bidyadhar Mantry

Drama Others

3  

Bidyadhar Mantry

Drama Others

ଟାର୍ଗେଟ୍ ରେ ସାବିତ୍ରୀ

ଟାର୍ଗେଟ୍ ରେ ସାବିତ୍ରୀ

2 mins
141


ଗୁଗୁଲ୍ ସର୍ଚ୍ଚ, ଗୁଗୁଲ୍ ଆସିଷ୍ଟାଣ୍ଟ

ସପିଙ୍ଗ୍ ଓ ଡେଟିଙ୍ଗ୍ ସାଇଟ୍ କେଉଁଠି ନାହିଁ

ଫେସ୍ ବୁକ୍ ଘଣ୍ଟାଏ ଘାଣ୍ଟିଲା ପରେ

ମନେ ପଡ଼ିଲା ଲାଇଭ୍ କଥା

ଖୋଜୁ ଖୋଜୁ ସାବିତ୍ରୀ .. ସାବିତ୍ରୀ 

ଲମ୍ବା ଲାଇନ୍ ଦେଖି ମୁଗାମ୍ବୋ ଖୁସ୍


ସବୁ ସାବିତ୍ରୀ ଅନିନ୍ଦ୍ୟ ସୁନ୍ଦରୀ

ମେକାପ୍ ବା ଏଡିଟିଙ୍ଗ୍ ,ଯେମିତି ହେଉ

ସୁନ୍ଦର ତୃପ୍ତିର ଅବସାଦ ନାହିଁ

ଠାଣି ଓ ବାଣୀ, ମନ ନିଏ କିଣି

ରେଟିଙ୍ଗ୍ ଓ ଫୋଲୋର୍ସ୍ ବି କମ୍ ନୁହେଁ 


ଯମରାଜ ବି ଜାଣିଲେଣି

ଏବେ ସାବିତ୍ରୀ ଜମାନା

ଠିକ୍ ଅଛି, ସାବିତ୍ରୀ ନେଇଯିବା

ସତ୍ୟବାନ୍ ସତିଆ ହୋଇ ବୁଲୁଥାଉ

ଆରାମରେ ସାବିତ୍ରୀ କୁ ଛାଡ଼ିଦେବ

ନୂଆ ସାବିତ୍ରୀ ଖୋଜିବ

ଯମରାଜ ର ଟାର୍ଗେଟ୍ ବି ସଫଳ ହେବ


ବିଚରା ସତ୍ୟବାନ୍

ସାବିତ୍ରୀ କୁ ଛାଡ଼ି କେମିତି ବଞ୍ଚିବ

କିଛି କରିବାକୁ ହେବ

ଏବେ ସତ୍ୟବାନ୍ ର ଆମରଣ ଅନଶନ

ଯମରାଜର ଆସନ ଟଳମଳ

ଉପାୟ ଖୋଜା ଚାଲିଛି

କଣ କଲେ ସତ୍ୟବାନ୍ ର ଅନଶନ ବନ୍ଦ ହେବ


ଯମରାଜ୍ ଉଭା ହେଲେ

ସତ ନା ଯାତ୍ରା କଳାକାର

ସତ୍ୟବାନ୍ ର ସନ୍ଦେହ ଦୃଷ୍ଟି

ଯାହା ହେଉ ଅନଶନ ବନ୍ଦ ହେବ ନାହିଁ

ଏ କଣ!! ମଇଁଷି ବି ଅଛି

ଆଉ ସନ୍ଦେହ ନାହିଁ, ସାକ୍ଷାତ୍ ଯମରାଜ


ପ୍ରଭୋ,ମୋ ସାବିତ୍ରୀ

ମୋ ସାବିତ୍ରୀ କୁ ଛାଡିଦିଅ

ମୋ କଥା ସିଏ ହିଁ ଜାଣିଛି

ସବୁ ଜାଣି ବି ମୋ ପାଖରେ

ଝଗଡ଼ା ହେଉଛି,ହେଲେ ରାତି ହେଲେ ମିଳାମିଶା

ଆଉ କାହାକୁ ନିଅ, ସାବିତ୍ରୀ କୁ ଛାଡ଼


ଆରେ ମୂର୍ଖ...

ବିନା ସାବିତ୍ରୀ ରେ ନବୀନ ଅଛି

ସାବିତ୍ରୀ ଥାଇ ବି ମୋଦି ଏକୁଟିଆ

ତୋର କଣ ଅସୁବଧା ହେବ!!!

ଆଉ ଗୋଟିଏ ସାବିତ୍ରୀ ଖୋଜ

ସାବିତ୍ରୀ କଣ ଅଭାବ?


ପ୍ରଭୋ, ସାବିତ୍ରୀ ତ ଆପଣଙ୍କ ପୁଜାରୀ

ହେଲେ, ଭୁଲ୍ କେଉଁଠି ହେଲା!!

ସତ୍ୟବାନ୍ ର ରକ୍ଷା ଓ ସୁରକ୍ଷା

ଖିଆ ପିଆ,ଭଲ ମନ୍ଦ ସବୁ ସାବିତ୍ରୀ ହାତରେ

ଅଭାବ ରେ ଥାଇ ବି 

ସାବିତ୍ରୀ ର ଦୁଃଖ ନାହିଁ

ସାବିତ୍ରୀ ବିନା ଏ ଜୀବନ ନିରର୍ଥକ


ଶୁଣ, ସତିଆ ଓରଫ୍ ସତ୍ୟବାନ୍ 

ଏବେ ସାବିତ୍ରୀ ମାତିଛନ୍ତି

ସବୁ ସୋସିଆଲ ମିଡିଆରେ

ନବେ ପରସେଣ୍ଟ୍ ଦେହ ଖୋଲା

ଇଣ୍ଡିଆ ସାବିତ୍ରୀ ବିଦେଶ ଠୁ ବଳି

ସେମାନେ ଶାଢ଼ୀ ପିନ୍ଧି ସଂସ୍କାରୀ

ଆଉ ଇଣ୍ଡିଆ ସାବିତ୍ରୀର ସାନ ଡ୍ରେସ୍ ପସନ୍ଦ

ସବୁ ସତିଆ ଘରେ ନ ଥିଲା ବେଳେ

ଏମାନେ ଲାଇଭ ରେ ରହୁଛନ୍ତି

ଆଉ କେଉଁଠି ଭାଉଜ ହୋଇ ମଜା ନିଅନ୍ତି

ସ୍ୱର୍ଗପୁର ବାସିନ୍ଦା ବି ଚାହିଁଲେଣି

ମର୍ତ୍ତ୍ୟ ର ସାବିତ୍ରୀ

ଯମ କଥା ନ କହିଲେ ଭଲ

ସତିଆ ସାବିତ୍ରୀ କେଶ୍ ବୁଝି ବୁଝି

ନିଦରେ ବି ସାବିତ୍ରୀ ସାବିତ୍ରୀ ହେଉଛି

ମୂଳରୁ ମାରିବା ପାଇଁ

ଏ ସାବିତ୍ରୀ ନିପାତ ଅଭିଯାନ 


ପ୍ରଭୋ,ଆଉ ଭୁଲ୍ ହେବ ନାହିଁ

କଣ କଲେ ହେବ ସମାଧାନ

ଦୟା କରି, କୁହନ୍ତୁ ପ୍ରଭୋ

ସାବିତ୍ରୀ ନିପାତ ହେଲେ, ବିନାଶ ଏ ସୃଷ୍ଟି

ମାନବ ସଭ୍ୟତା ଆଗକୁ ଯିବନି

ଆଉ କେହି ପୂଜିବେନି ଯମ

ସୃଷ୍ଟି ହେବ ନାହିଁ ଭାବୀ ସାବିତ୍ରୀ


ଠିକ୍ ଅଛି, ତୋ ସାବିତ୍ରୀ କୁ ନେ

କିନ୍ତୁ ସାବଧାନ, ନଜର ରଖିବୁ

ଭୟ ଓ ଭକ୍ତି ର ସହିତ

ସାବିତ୍ରୀ ରହୁ ଏଇ ସମାଜରେ

ଜାୟା, ଜନନୀ, ଭଗିନୀ ରୂପରେ

ସାବିତ୍ରୀ ରହୁ ଘରେ ଓ ବାହାରେ

ସଂସ୍କାର ସହିତ

କିନ୍ତୁ ନ ଆସନ୍ତୁ ଲାଇଭ ଶୋ ରେ 


ସାବିତ୍ରୀ ଆଖି ଖୋଲି ଦେଖିଲା

ସତିଆ ର କାନ୍ଦୁରା ମୁହଁ,ଘର ଅସଜଡା

ଏତେ ବେଳ ହେଲାଣି,ମୋତେ ଉଠେଇଲ ନି

ସତିଆ ସତ କହିଲା

ଯମ ପାଖ ରୁ କିପରି ଫେରିଛି ସାବିତ୍ରୀ

ସାବିତ୍ରୀ ମୁଣ୍ଡିଆ ମାରିଲା

ଏ ଟାଣ ଖରାରେ ଯମ କଥା ଶୁଣି

ବହେ ଗାଳି ଦେଲା

ଅନ୍ୟ ଦିନରେ ନ ଆସି

ସାବିତ୍ରୀ ରେ କାହିଁକି 

ହେଉ, ଯମ କଥା ରହୁ

ସାବିତ୍ରୀ ଆଉ ଲାଇଭ ରେ ନାହିଁ ।



Rate this content
Log in

Similar oriya poem from Drama