STORYMIRROR

Biswajita Baral

Drama Inspirational Others

3  

Biswajita Baral

Drama Inspirational Others

ନାରୀ

ନାରୀ

2 mins
1.2K

ନାରୀ ଟିଏ

ଅନ୍ତହୀନ ଜ୍ୱଳନର ଦୀପ

ଜଳୁଥାଏ, ଜୁଳୁଜୁଳୁ ହୋଇ

ଜନମରୁ ଜୁଇ,

କୋଳରୁ କୋକେଇ ଯାଏ

ସେ ନାରୀଟିଏ ।


ଓଠ ତଳେ ଚାପି ରଖେ

ଅକୁହା ତା' କଥା ଯେତେ

କେବେ କେବେ ଏକାନ୍ତରେ ଭରିଆସେ ଆଖି କୋଣୁ

ଅନ୍ତରର ବ୍ୟଥା ଯେତେ

ତଥାପି ସେ ହସୁଥାଏ

କାରଣ, ସେ ନାରୀଟିଏ ।


ଜୀବନର କଣ୍ଟକିତ ରାସ୍ତାରେ

କେବେ ଝୁଣ୍ଟେ କେବେ ପଡ଼େ

ତଥାପି ସେ ହାରେ ନାହିଁ

ଆଗକୁ ତା ପାଦ ବଢ଼େ

ହଜା ଅତୀତକୁ କାନିରେ ବାନ୍ଧି

ସେ ନିଜକୁ ଭୁଲେଇ ଦିଏ

ସ୍ମୃତି ସବୁ ତା' କାନଭାସ୍ ରେ

ଆଙ୍କି ହୋଇ ରହିଯାଏ

କାରଣ,ସେ ନାରୀଟିଏ ।


ଏ ସମାଜ ଅଟ୍ଟହାସ୍ଯ କରିବ କାଳେ

ତେଣୁ ବାଧ୍ୟ ହୋଇ

ସବୁ ଇଚ୍ଛା ଅନିଚ୍ଛାକୁ ଦମିତ କରାଇ

ନିତି ଆହୁତି ସେ ଦିଏ

ଯେବେ ବାକି ଥିବା

ଜୀବନର ପୃଷ୍ଠା ଓଲଟାଏ

ବୁନ୍ଦା ବୁନ୍ଦା ଲୋଚନ ବାରିକୁ

ଓଠ ତଳେ ଚାପି ରଖିଦିଏ ।

କାରଣ,ସେ ନାରୀଟିଏ ।


ସେ ଭଗ୍ନୀ, ସେ ସ୍ତ୍ରୀ, ସେ ମାଆ

ସେନେହ ଶରଧା ପ୍ରେମର

ପରଶମଣି ଟିଏ

ଜନନୀ ଭଗିନୀ ବଧୂ

ବସୁଧାର ଅନନ୍ୟ ରୂପକଳ୍ପଟିଏ

ନାରୀଟିଏ, ହଁ ସେ ନାରୀଟିଏ ।


ସ୍ବାମୀ ରୁ ସନ୍ତାନ ଯାଏ

ଘର ଠାରୁ ପର ଯାଏ

ସଭିଙ୍କୁ ଆବୋରି ନେଇ କୋଳେ ଧରିଥାଏ

କାରଣ,ସେ ନାରୀ ଟିଏ

କାରଣ,ସେ ନାରୀ ଟିଏ ।


ନାରୀ ଟିଏ

ଅନ୍ତହୀନ ଜ୍ୱଳନର ଦୀପ

ଜଳୁଥାଏ, ଜୁଳୁଜୁଳୁ ହୋଇ

ଜନମରୁ ଜୁଇ,

କୋଳରୁ କୋକେଇ ଯାଏ

ସେ ନାରୀଟିଏ ।


ଓଠ ତଳେ ଚାପି ରଖେ

ଅକୁହା ତା' କଥା ଯେତେ

କେବେ କେବେ ଏକାନ୍ତରେ ଭରିଆସେ ଆଖି କୋଣୁ

ଅନ୍ତରର ବ୍ୟଥା ଯେତେ

ତଥାପି ସେ ହସୁଥାଏ

କାରଣ, ସେ ନାରୀଟିଏ ।


ଜୀବନର କଣ୍ଟକିତ ରାସ୍ତାରେ

କେବେ ଝୁଣ୍ଟେ କେବେ ପଡ଼େ

ତଥାପି ସେ ହାରେ ନାହିଁ

ଆଗକୁ ତା ପାଦ ବଢ଼େ

ହଜା ଅତୀତକୁ କାନିରେ ବାନ୍ଧି

ସେ ନିଜକୁ ଭୁଲେଇ ଦିଏ

ସ୍ମୃତି ସବୁ ତା' କାନଭାସ୍ ରେ

ଆଙ୍କି ହୋଇ ରହିଯାଏ

କାରଣ,ସେ ନାରୀଟିଏ ।


ଏ ସମାଜ ଅଟ୍ଟହାସ୍ଯ କରିବ କାଳେ

ତେଣୁ ବାଧ୍ୟ ହୋଇ

ସବୁ ଇଚ୍ଛା ଅନିଚ୍ଛାକୁ ଦମିତ କରାଇ

ନିତି ଆହୁତି ସେ ଦିଏ

ଯେବେ ବାକି ଥିବା

ଜୀବନର ପୃଷ୍ଠା ଓଲଟାଏ

ବୁନ୍ଦା ବୁନ୍ଦା ଲୋଚନ ବାରିକୁ

ଓଠ ତଳେ ଚାପି ରଖିଦିଏ ।

କାରଣ,ସେ ନାରୀଟିଏ ।


ସେ ଭଗ୍ନୀ, ସେ ସ୍ତ୍ରୀ, ସେ ମାଆ

ସେନେହ ଶରଧା ପ୍ରେମର

ପରଶମଣି ଟିଏ

ଜନନୀ ଭଗିନୀ ବଧୂ

ବସୁଧାର ଅନନ୍ୟ ରୂପକଳ୍ପଟିଏ

ନାରୀଟିଏ, ହଁ ସେ ନାରୀଟିଏ ।


ସ୍ବାମୀ ରୁ ସନ୍ତାନ ଯାଏ

ଘର ଠାରୁ ପର ଯାଏ

ସଭିଙ୍କୁ ଆବୋରି ନେଇ କୋଳେ ଧରିଥାଏ

କାରଣ,ସେ ନାରୀ ଟିଏ

କାରଣ,ସେ ନାରୀ ଟିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama