STORYMIRROR

Papu parida

Drama Classics Others

3  

Papu parida

Drama Classics Others

ନେ'ରେ କାଳିଆ ଟିକେ ତୋ ପାଖକୁ ଡାକି

ନେ'ରେ କାଳିଆ ଟିକେ ତୋ ପାଖକୁ ଡାକି

2 mins
145

 


ତୋ ଶ୍ରୀ ମୁଖର ଟିକେ ଦରଶନ ଲାଗି

ନେ ରେ କାଳିଆ ଟିକେ ତୋ ପାଖକୁ ଡାକି।

ତୋ ଶ୍ରୀମନ୍ଦିର ବେଢ଼ା ପରିକ୍ରମା ଲାଗି

ନେ ରେ କାଳିଆ ଟିକେ ତୋ ପାଖକୁ ଡାକି।


ମୁଁ ମୃତ୍ୟୁମଣ୍ଡଳର ମତ୍ତ 

ତୁ ବିଶ୍ୱ ଭୂମଣ୍ଡଳ ସ୍ୱାମୀ

ମୁଁ ମାୟା ସଂସାରର ଧେନୁ

ତୁ ଯେ ତ୍ରିଭୁବନ ଗୋସ୍ୱାମୀ


ନେ ରେ କାଳିଆ ଥରେ ମୋ ଗୁହାରି ରଖି


ତୋ ଅରୁଣ ସ୍ତମ୍ଭକୁ ଛୁଇଁବାର ଲାଗି

ନେ ରେ କାଳିଆ ଟିକେ ତୋ ପାଖକୁ ଡାକି।

ତୋ ବାଇଶି ପାହାଚେ ଗଡିଯିବା ଲାଗି 

ନେ ରେ କାଳିଆ ଟିକେ ତୋ ପାଖକୁ ଡାକି।


ମୋ ପେଟ ପଖାଳରେ ପୁରେ

ତୋ ଷାଠିଏ ପଉଟି ଭୋଗ

ମୁଁ କିପରି ଜିତିବି ତୋତେ

ତୁ ବଡ଼ ଘର ବଡ଼ ଲୋକ


ନେ ରେ କାଳିଆ ଥରେ ମୋ ଗୁହାରି ରଖି


ତୋ ଆନନ୍ଦ ବଜାରେ ଅବଢ଼ା ର ଲାଗି

ନେ ରେ କାଳିଆ ଟିକେ ତୋ ପାଖକୁ ଡାକି।

ତୋ ନରେନ୍ଦ୍ର ପୁଷ୍କରିଣୀ ରେ ସ୍ନାନ ହେବା ଲାଗି

ନେ ରେ କାଳିଆ ଟିକେ ତୋ ପାଖକୁ ଡାକି।


ମୁଁ ସ୍ୱାଭିମାନି ମଣିଷଟେ

ତୁ ମୋର ଅଭିମାନୀ ପ୍ରଭୁ

ମୁଁ ନିର୍ବୋଧ ଶିଶୁ ଟେ ତୋର

ତୁ କେତେ ଦିନ ରୋଷ ହେବୁ


ନେ ରେ କାଳିଆ ଥରେ ମୋ ଗୁହାରି ରଖି


ତୋ ଶରଧା ବାଲିକୁ ମୁଣ୍ଡେ ଦେବା ଲାଗି

ନେ ରେ କାଳିଆ ଟିକେ ତୋ ପାଖକୁ ଡାକି।

ତୋ ପତିତ ପାବନ ଦେଖିବାର ଲାଗି

ନେ ରେ କାଳିଆ ଟିକେ ତୋ ପାଖକୁ ଡାକି।


ମୁଁ ଭଙ୍ଗା କୁଡ଼ିଆର ଦୁଃଖୀ

ତୁ ଯେ ଶ୍ରୀ ନଅରର ରାଜା

ମୋ ପାଦେ ପାଦେ ଖାଲି କଣ୍ଟା

ତୋ ପାଦେ ପାଦେ ଫୁଲ ସଜା


ନେ ରେ କାଳିଆ ଥରେ ମୋ ଗୁହାରି ରଖି


ତୋ ଶଙ୍ଖକ୍ଷେତ୍ର ବୁଲି ହଜିଯିବା ଲାଗି

ନେ ରେ କାଳିଆ ଟିକେ ତୋ ପାଖକୁ ଡାକି।

ତୋ ମହୋଦଧି ଜଳରେ ବୁଡ଼ ଦେବା ଲାଗି

ନେ ରେ କାଳିଆ ଟିକେ ତୋ ପାଖକୁ ଡାକି।


ମୁଁ ଘାଣ୍ଟି ହୁଏ ସଂସାରରେ

ତୁ ଭିଡୁ ସଂସାରର ଡୋରି

ମୁଁ ଥକିଲିଣି ଚାଲି ଚାଲି

ତୁ ନେ ରେ ମୋ ହାତ ଧରି


ନେ ରେ କାଳିଆ ଥରେ ମୋ ଗୁହାରି ରଖି


ତୋ ମୁକ୍ତି ମଣ୍ଡପେ ମୁକ୍ତି ଟିକେ ଲାଗି

ନେ ରେ କାଳିଆ ଟିକେ ତୋ ପାଖକୁ ଡାକି।

ତୋ ସ୍ୱର୍ଗଦ୍ୱାରେ ଗର୍ବ ଭାଙ୍ଗିବାର ଲାଗି

ନେ ରେ କାଳିଆ ଟିକେ ତୋ ପାଖକୁ ଡାକି।


ତୋ ଶ୍ରୀମୁଖର ଟିକେ ଦରଶନ ଲାଗି

ନେ ରେ କାଳିଆ ଟିକେ ତୋ ପାଖକୁ ଡାକି।

ତୋ ଶ୍ରୀମନ୍ଦିର ବେଢ଼ା ପରିକ୍ରମା ଲାଗି

ନେ ରେ କାଳିଆ ଟିକେ ତୋ ପାଖକୁ ଡାକି।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama