STORYMIRROR

Papu parida

Abstract Drama Others

3  

Papu parida

Abstract Drama Others

ଭବ ତଟିନୀରୁ ଭାବ ନାଉରିଆ

ଭବ ତଟିନୀରୁ ଭାବ ନାଉରିଆ

2 mins
189

କାଳିଆର ଭାବରେ ନିଜକୁ ହଜାଇ ଲେଖିଥିବା ଏକ କବିତା ଭଲ ଲାଗିଲେ ମତାମତ ଦେବେ।


ଭବ ତଟିନୀରୁ ହାଏ.....

ଭବ ତଟିନୀରୁ ଭାବ ନାଉରିଆ 

କରି ଦିଅ ମୋତେ ପାରି

ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି...(୨)


ସୁଅ କାଟେ ପାଣି ହାଏ.....

ସୁଅ କାଟେ ପାଣି ସୁଦୀର୍ଘ ତଟିନୀ

ଡର ମାଡ଼ିଲାଣି ଭାରି

ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି...(୨)


ପହଁରା ଜାଣିନି ହାଏ.....

ପହଁରା ଜାଣିନି ପହଁରି ପହଁରି 

ପାରି ମୁଁ ହେବି କିପରି

ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି...(୨)


ଭବ ତଟିନୀରୁ ହାଏ.....

ଭବ ତଟିନୀରୁ ଭାବ ନାଉରିଆ 

କରି ଦିଅ ମୋତେ ପାରି

ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି...(୨)


ଇର୍ଷା ତରଙ୍ଗରେ ହାଏ.....

ଇର୍ଷା ତରଙ୍ଗରେ ଇର୍ଷାନ୍ୱିତ ହୋଇ

ଯିବି କାଳେ ମୁହିଁ ସରି

ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି...(୨)


ଅଜ୍ଞାନ ଅନ୍ଧାରେ ହାଏ.....

ଅଜ୍ଞାନ ଅନ୍ଧାରେ ଅନ୍ଧପ୍ରାୟ ମୁହିଁ

ନିଅ ମୋର ହାତ ଧରି

ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି...(୨)


ଭବ ତଟିନୀରୁ ହାଏ.....

ଭବ ତଟିନୀରୁ ଭାବ ନାଉରିଆ 

କରି ଦିଅ ମୋତେ ପାରି

ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି...(୨)


ଆହୁଲାରେ ତବ ହାଏ.....

ଆହୁଲାରେ ତବ ଆନ୍ଦୋଳିତ କର

ମନ ପ୍ରାଣ ଚକ୍ରଧାରୀ

ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି...(୨)


ଅଧମ ପ୍ରାଣୀ ମୁଁ ହାଏ.....

ଅଧମ ପ୍ରାଣୀ ମୁଁ ଅଧିଆ ପଡୁଛି

କୋଳେଇ ନିଅ ଶ୍ରୀ ହରି

ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି...(୨)


ଭବ ତଟିନୀରୁ ହାଏ.....

ଭବ ତଟିନୀରୁ ଭାବ ନାଉରିଆ 

କରି ଦିଅ ମୋତେ ପାରି

ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି...(୨)


ପ୍ରତିକୂଳ ବାୟୁ ହାଏ.....

ପ୍ରତିକୂଳ ବାୟୁ ପ୍ରତିଦ୍ବନ୍ଦୀ ସାଜି

ଠେଲେ କୂଟାକାଠି ପରି

ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି...(୨)


ଘୃଣା ବେଳାଭୂମି ହାଏ.....

ଘୃଣା ବେଳାଭୂମି ଘୃଣ୍ୟ ଚିନ୍ତାଧାରା

ନେବ କବଳିତ କରି

ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି...(୨)


ଭବ ତଟିନୀରୁ ହାଏ.....

ଭବ ତଟିନୀରୁ ଭାବ ନାଉରିଆ 

କରି ଦିଅ ମୋତେ ପାରି

ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି...(୨)


ବେଣୁ ସଙ୍ଗୀତରେ ହାଏ.....

ବେଣୁ ସଙ୍ଗୀତରେ ବେଣୁ ମାଧବ ହେ

ନୂତନ ଆଶା ସଞ୍ଚରି

ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି...(୨)


କୃପାସିନ୍ଧୁ ଆହେ ହାଏ.....

କୃପାସିନ୍ଧୁ ଆହେ କୃପାମୟ ହସ୍ତୁ

ତୁମ କୃପା ଯାଉ ଝରି

ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି...(୨)


ଭବ ତଟିନୀରୁ ହାଏ.....

ଭବ ତଟିନୀରୁ ଭାବ ନାଉରିଆ 

କରି ଦିଅ ମୋତେ ପାରି

ଆଉ ଥରେ ଦରଶନ ଲାଗି ଲଗାଅ ପୁରୀକୁ ଡୋରି...(୪)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract