Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrakanta Jena

Drama Romance Tragedy

3  

Chandrakanta Jena

Drama Romance Tragedy

ବିଚ୍ଛେଦ

ବିଚ୍ଛେଦ

2 mins
727


ପୁ - ତୁମ ଅଭ୍ଯାସରେ ହେଲିଣି ଅଭ୍ଯସ୍ତ

  ଫରକ ପଡୁନି କିଛି

  ତୁମେ ଫେରିଯାଓ ତୁମରି ବାଟରେ

  ଏଠି ମୁଁ ଭଲରେ ଅଛି  ।


  ଅଳ୍ପ ଦିନ ପାଇଁ ଥିଲା ବୋଧେ ରାସ୍ତା

  ତୁମରି ସାଥିରେ ମୋର

  ଆପଣାର ବୋଲି ଭାବୁଥିଲି ଯାହା

  ତୁମେ କରିଦେଲ ପର  ।


ଝି - କରିନି ମୁଁ ପର ତୁମେ ଆପଣାର

   ହୃଦୟର ବଗିଚାରେ

   ବୁଝିବି ଅବୁଝା ହୁଅ ନାହିଁ ଆଉ

   ମନ ମୋ ଅଥୟ କରେ  ।


   ଆପଣାର ହୋଇ ଆସିଲ ଜୀବନେ

   ଆପଣାର ହୋଇ ଅଛ

   ବନ୍ଧୁଟିଏ ଭାବି ହୃଦୟେ ରଖିଛି

   ଭାବିବନି କେବେ ମିଛ  ।


ପୁ - ମିଛ ଆଉ ସତ ମଝିରେ ଜୀବନ

   ହେଉଛି ମୋହର ଘାରି

   ସିଖାଇଣ ପ୍ରେମ ଥିଲ ମୋ ପ୍ରେମିକା

   ବନ୍ଧୁ ହୋଇଲ କିପରି   ।


   ତୁମେ ଆଣିଥିଲ ପ୍ରିତୀର ଫଗୁଣ

   ଶୂନ୍ଯତା କୁ ଭରି ମୋର

   ଅସଜଡା ଏଇ ଜୀବନ ସଜାଡି

   କାହିଁ ହେଉଅଛ ଦୂର   ।


ଝି - ଦୂରେଇବା ପାଇଁ କରୁନି ମୁଁ ଦୂର

   ଜିଉଛି ମୁଁ ଡରି ଡରି

   କା ପାଇଁ ଏ ଦେହ କା ପାଇଁ ହୃଦୟ

   ପାରୁନି ମୁଁ ସ୍ଥିର କରି   ।


   ଓଠ ଖୋଲି ସବୁ କହି ମୁଁ ପାରୁନି

   ବୁଝ ମୋର ନିରବତା

   ହୃଦୟ ତୁମକୁ ଦେଇଛି ମୁଁ ସତ

   ହୋଇ ପାରୁନି ପ୍ରେମିକା  ।


ପୁ - କିପରି କପଟ କରୁଛ ମୋ ସାଥେ

   ଛଳନା ଡୋରରେ ବାନ୍ଧି

   ଅଦୃଶ୍ଯ ସେ ନିର ଆଖିରୁ ମୋ ଝରେ

   ଜୀବନ ହେଲାଣି ରୁନ୍ଧି   ।


   ସ୍ବପ୍ନ ଆଉ ଆଶା କେତେ ଦଖାଇଲ

   ବୁଣି ପ୍ରିତୀ ମାୟାଜାଲ

   ମୋ ଠାରୁ ନିଜର ଥିଲ ଯଦି କେହି

   ପ୍ରେମ କାହିଁ ସିଖାଇଲ   ।


ଝି - ତୁମଠୁ ନିଜର କିଏ ଅବା ଅଛି

   ପ୍ରିତୀର ଆରମ୍ଭ ତୁମେ

   ଶିଖାଇ ଶିଖିଲି ବୋଲି ପ୍ରେମଭାଷା

   ବ୍ଯଥା ଦିଏ ମର୍ମେ ମର୍ମେ   ।


   ନାରୀର ନାରିତ୍ବ ଦୂନିଆଁରେ ଶ୍ରେଷ୍ଠ

   ଶ୍ରେଷ୍ଠ ମୋର ଶାଳିନତା

   ସଂସ୍କାର ଆଗରେ ନୂଆଁଇଛି ମଥା

   ମୋର ଏହି ସ୍ବାଧିନତା    ।


ପୁ - ନାରୀତ୍ବର ଦ୍ବାହି ଦିଅନାହିଁ ସକ୍ଷୀ

   ମନେ ରଖି ଚଞ୍ଚକତା

   ପ୍ରେମ ଯେ ମନ୍ଦିର ପ୍ରେମ ଏକ ପୂଜ

   ଭାଙ୍ଗେ ନାହିଁ ଶାଳିନତା   ।


   ସଂସ୍କାର କାହାରି ନୂଆଁଏନି ମଥା

   ସଂସ୍କାର ଯେ ମଥା ଟେକେ

   ହୃଦୟରେ ମୋର ଭରି ପ୍ରତାରଣା

   ବାହାନା କରୁଛ କେତେ   ।


ଝି - ବାହାନା କରୁନି ଆହେ ପ୍ରିୟ ସଖା

   ଲହୁ ଲୁହ ହୋଇ ଝରେ

   ପ୍ରତାରଣା କାହୁଁ କିପରି କରିବି

   ପ୍ରତାରିତ ହୋଇ ମରେ  ।


   ବୁଝିନିଅ ଥରେ ମୋର ପରିସ୍ଥିତି

   କେମିତି ମୁଁ ନିରୁପାୟ

   ଯେମିତି ଜଳୁଛ ତୁମେ ମୋ ପାଇଁ

   ସେମିତି ଜଳେ ମୁଁ ପ୍ରାୟ    ।


ପୁ - କାହିଁକି ଜଳୁଛ ମୋତେ ବା ଜାଳୁଛ

   ନିରବେ ଜତ୍ନଣା ସହି

   ଫେରିଆସ ପୁଣି ମୋର ଦୂନିଆଁକୁ

    ବାଟ ମୁଁ ରହିଛି ଚାହିଁ   ।


    ଗଢିଥିଲ ଯେଉଁ ସ୍ବପ୍ନର ମନ୍ଦିର

    ଛାଡିଗଲ ତୋଳି ଅଧା

    ଆଜିବି ମୋ ଘରେ ତୁମ ଅପେକ୍ଷାରେ

    ବେଦି ହୋଇଅଛି ବନ୍ଧା    ।


ଝି - ଦୂନିଆଁ ଗୋଟିଏ ତୁମର ମୋହର

   ପାରିନି ଅଲଗା ହୋଇ

   ଦୁଃଖର ବରଷା ହୁଏ ତୁମ ଦେଶେ

   ଭିଜୁଛି ମୁଁ ଦୂରେ ରହି    ।


   ଏଠିବି ଗଢୁଛି ସ୍ବପ୍ନର ଘର ମୁଁ

    ବେଦି ବି ହୋଇଛି ଅଧା

    ଫରକ ଏତିକି ତୁମ ବଦଳରେ

    ଆଉ କାହା ନାମେ ବନ୍ଧା  ।


ପୁ - ବାନ୍ଧିତ ଦେଇଛ ଛଳନା ଡୋରରେ

   ହୃଦୟ ମୋ କଷ୍ଟ ପାଏ

   କେଉଁ ଆଖ୍ଯା ଦେବି ତୁମକୁ ହେ ପ୍ରିୟା

   ଓଠ ଶବ୍ଦ ଶୂନ୍ଯ ହୁଏ   ।


   ଛଳନା ନାଆରେ ଦେଇଛ ବସାଇ

   ହୃଦୟ ମୋ ଯାଏ ଭାସି

   ପ୍ରତାରଣା ଝଡ ଜୀବନେ ମୋ ମେଲି

    ଦେଇଗଲ ଆଜି ଫାସି ।


Rate this content
Log in

Similar oriya poem from Drama