STORYMIRROR

Bidyadhar Mantry

Drama Others

3  

Bidyadhar Mantry

Drama Others

କେଉଁଠି ହେଲେ ତ ହୁସୁଛି

କେଉଁଠି ହେଲେ ତ ହୁସୁଛି

2 mins
135

 

ହେ ! ଶୁଣ!!ତୁମ ନାଁ ଯାହା,ଆଉ ତା ନାଁ ଯାହା

ପୁରା ଘଟସୁତ୍ର ଯୋଗ ଯୋଡ଼ି ବି ମାନିବ !!

ଚେଷ୍ଟା କରି ଦେଖାଯାଉ,କେତେ ଦୂର ଯାଉଛି!!

ଏବେ ତ ଷଷ୍ଠ ଝିଅର ପରିବାର ଭଲ

ଆମ ପରିବାର ସହିତ ଭଲ ସମ୍ପର୍କ

ତୁମେ ଏପଟେ ସାଙ୍ଗ ଆଗକୁ ଭଲ ହେବ

ମୋ ଗଣନାରେ ପୁରା ଠିକ୍ ଦେଖାଯାଉଛି!!


ସାଙ୍ଗ ଟିକେ ଜ୍ୟୋତିଷ ଶିଖିଛି

ବିଶ୍ୱାସ ନ ଥିଲେ ବି ଶୁଣିବାକୁ ମିଠା ଲାଗିଲା

ସବୁଦିନ ସ୍କୁଲ୍ ଗଲାବେଳେ ଦେଖୁଥିଲି

ମନରେ ସେମିତି କିଛି ନ ଥିଲା!!

ହେଲେ ସାଙ୍ଗ କଥା ଶୁଣି ମନ ଚଙ୍ଗଚଙ୍ଗ 

ଆଉ ସମ୍ଭାଳି ହେବନି ଆରମ୍ଭ ହେଲା ଅଭିଯାନ!!


ସେଦିନ ମକର ସଂକ୍ରାନ୍ତି ସକାଳୁ ମନ ଉଡୁଛି

ଅନୁକୂଳ ପାଇଁ ଅପେକ୍ଷା

କୁମାରୀ କନିଆ କାଖରେ ଗରା

କଅରୁ ପାଣି ଆଣିବ !

ପୁରା ସିନେମା ଷ୍ଟାଇଲ, ହେଲୋ !!

ତମ ନାଁ କଣ କହୁନ !!

ଆସୁନ ମକର ହେବା !!


ଓଃ ହ! କି ଗାଳି ଗାଳି ତ ଗାଳି

ରାଗରେ ପୁରା ନାଲି ଲଙ୍କା

ଗାଳି କରି ଚାଲିଲା ପାଣି ପାଇଁ

ଦେହରୁ ବି ପାଣି ବୋହି ଗଲାଣି 

ଦେହ ମୁଣ୍ଡ ଝାଳ ଓଃ ହ କି ଗରମ !!

ଆଉ ନାହିଁ ରସିକର ରାଗ ରାଗିଣୀ ପାଣିଆ!!


ସନ୍ଧ୍ୟା ବେଳେ ଫଳାଫଳ ଆସିଲା

ସେ ନାଲି ଲଙ୍କାର ମା ଜାଣି ଗଲାଣି

ମୋ ପିଲା ଝିଅଟା କିଛି ଜାଣିନି

ସିଏ କଲେଜ୍ ଯାଉଛି

ଏମିତି କହିଲେ ହେବ କି,!!

ପିଲାଟା ପରା କିଛି ଜାଣିନି !!


ଆଉ କି ପ୍ରେମ ମୁଣ୍ଡ ପୁରା ଟିଣ

ସାଙ୍ଗକୁ ବହେ ଗାଳି ବି ଦିଆଗଲା

ଆଉ ନା ବାପ୍ ରେ ! ପୁରା ନାଲି ଲଙ୍କା!!

ହେଲେ ମନ ବୁଝିଲା ନି

ସ୍କୁଲ୍ ଗଲାବେଳେ ଦେଖିବାକୁ ଇଚ୍ଛା

ଦେଖାହେଲା ହେଲେ ଆଉ ଗାଳି ନାହିଁ!

ହସ ବି ନାହିଁ! ପିଲାଟା ପରା କିଛି ଜାଣିନି !


ଏବେ ତ ସବୁଦିନ ଦେଖା ହେଉଛି!

ବେଳେବେଳେ ଏକୁଟିଆ ସାହି ମଝିରେ

ହସୁ ନି ସିନା ଟିକିଏ ଆଡ ଆଖି ଆଡ ଆଖିରେ !!

ବୋଧେ କିଛି କାନ କୁହା ଜ୍ଞାନ ମିଳିଛି

ଦିନକୁ ପ୍ରାୟ ଦେଖାଦେଖୀ ପାଞ୍ଚ ଥରରୁ ବେଶି !

ଭଲ ବି ଲାଗେ ବୋଧେ ବୁଝି ଯାଇଛି !!


ଏକ ତରଫା ହୁକୁହୁକୁ

କଥା ନାହିଁ କି ହସ ନାହିଁ

ଖାଲି ଦେଖା ଦେଖି,ଏବେ ଟିକେ ଆଖିରେ ଆଖି

ଅଭିଯାନ ଚାଲୁ ରହିଛି

ମଝିରେ ମଝିରେ ଘଟସୁତ୍ର ସାଙ୍ଗ ସହିତ 

ଦେଖା ହୁଏ ହେଲେ କିଛି କଥା ନାହିଁ

ଗାଳି ପରା!! ପୁରା ଜବରଦସ୍ତ ଗାଳି

ପିଲାଟା ପରା କିଛି ଜାଣିନି!!


ସମୟ ଆଗକୁ ଆଗକୁ

ନିଯୁକ୍ତି ସହ ରୋଜଗାର ବି ହେଉଛି

ନିଯୁକ୍ତି ବିଷୟରେ ବି ନାଲି ଲଙ୍କା ଜାଣିଛି

ଏବେ ବି ଦେଖଦେଖି ହେଉଛି,

ହେଲେ ଟିକେ କଣେଇ କଣେଇ

ହସ ନ ଥାଉ ବାଙ୍କ ଚାହାଣି ଟିକେ ଟିକେ!!


ସାଙ୍ଗର ମା ନାଲି ଲଙ୍କାର ମା ଭଲ ସାଙ୍ଗ

ଆହୁରି ବଢିଆ କଥା ଆଗକୁ ବଢିଲା 

ହେଲେ ଦେଖା ଦେଖି ସିନା ହସ ଜମାରୁ ନାହିଁ

ଏବେ ଆଉ ପିଲାଟା ନୁହଁ,

ପୁରା ଲାଇନ୍ କୁ ଆସିଗଲାଣି

ତଥାପି ହସ ନାହିଁ,ଆଉ କଣ ହେବ!!


ଘଟଣାରେ ମୋଡ

ନାଲି ଲଙ୍କାର ମା ଘଟସୁତ୍ର ସାଙ୍ଗର ମା

ପୁରା ଭୟଙ୍କର ଝଗଡ଼ା

ଆମ ଘଟସୁତ୍ରର ସୂତ୍ରଧାର ଦୁହେଁ ଝଗଡ଼ା

ଆଉ ଘଟସୁତ୍ର ସେଇଠି ଅଟକି ଗଲା !!!


ଏକ ତରଫା ଭଲ ପାଇବା ବିଫଳ

ଖାଲି ଦେଖା ଦେଖି ହେଲା ସିନା!!

ମନର ଆବେଗ କହି ହେଲାନି

ମନ କଥା ମନରେ ରହିଲା

ଘଟସୁତ୍ରର ଗଣନା ସଫଳ ହେଲାନି

ଅଧା ରହିଲା ମକର ବସିବା!!

ଅଧା ରହିଲା ସପନର ଆଶା


ବହୁତ ଦିନ ପରେ ଭେଟ ହେଲା ଫେସ୍ ବୁକ୍ ରେ

ଏବେ ନାଲି ଲଙ୍କା ଫେସ୍ ବୁକ୍ ସାଙ୍ଗ

ନିହାତି ଅନ୍ତରଙ୍ଗ ସାଙ୍ଗ ସହିତ ସଂସାର ଚାଲିଛି

ବହୁତ ଭଲରେ ଅଛି ହସ ଖୁସିରେ ଅଛି

ଯାହା ହେଉ ସେତେବେଳେ ସିନା ହସି ନାହିଁ

ହେଲେ ଏବେ କେଉଁଠି ହେଲେ ତ ହସୁଛି!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama