Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nirmala Nayak

Tragedy Fantasy Thriller

4  

Nirmala Nayak

Tragedy Fantasy Thriller

ଅଶ୍ରୁଭରା ସ୍ମୁତି

ଅଶ୍ରୁଭରା ସ୍ମୁତି

1 min
200



  ସ୍ମୁତିର ଆଇନା ରେ 

  ମହାମାରୀ ସ୍ମୁତି.. 

ଏମିତି "ସ୍ମୁତି"

   ଆମ ବିଶ୍ୱ ପାଇଁ 

   ଦୁଇ ହଜାର କୋଡିଏ 

   ମହାମାରୀ ସୌର୍ଣ୍ଣାକ୍ଷର ରେ 

  "ଲିପି" ହୋଇ ମାନବ ଜାତି ପାଇଁ 

   ସ୍ମୁତିର ଆଇନା ସାଜିଛି |

   ଦୁଇ ହଜାର ଉଣେଇଶିରେ 

   "ଚୀନ" ଦେଶରେ ଜନ୍ମି  

   ଅଜଣା ରୋଗ ହୋଇ ବ୍ୟାପି 

  "ଗ୍ରାସ" କଲା... 

   ବିଶ୍ୱକୁ କରୋନା ରୂପରେ |

"ସ୍ମୁତି ର ଆଇନା" ରେ 

  "ଶୂନ୍ୟ ଆକାଶ" ର ଛାତ ତଳେ 

  "ପୃଥିବୀ" ହେଲା "ଲକଡାଉନ "

"ଦୁଇ ହଜାର କୋଡିଏ" ରେ 

"ଭାରତ" ବର୍ଷକୁ ଗ୍ରାସିଲା 

   ଭୟଙ୍କର ରୂପରେ |

କୋଡିଏ - ଉଣେଇଶ - ମାର୍ଚ୍ଚରେ 

"ଓଡିଶା"କୁ ଛୁଇଁଲା --

"ବ୍ରହ୍ମରାକ୍ଷସ" ରୂପ ରେ 

"ଶିବ ଶକ୍ତି" କୁ ନେଇ 

"ତାଣ୍ଡବ" ନୃତ୍ୟ କରୁଛି |


କୋବିଡ-ଉଣେଇଶ ଭୁତାଣୁ 

   ଜଳ-- ସ୍ଥଳ -- ବାୟୁକୁ 

   ସ୍ପର୍ଶ ନ କରି... 

  ଟେକି ନିଏ --"ମାନବଜୀବନ" |

  ହଜାଇ ଦିଏ -"ମଣିଷର ଆଶାଭରସା"

ଘରର ଚାରି କାନ୍ଥ ଭିତରେ 

  ନିଜକୁ ଲୁଚାଇ ରଖେ;

  ଭୁତାଣୁ ଭୟରେ  |

ମାନବ ସମାଜକୁ ସତର୍କ ଘଣ୍ଟି ବଜାଇ 

   "କୋଭିଡ ଉଣେଇଶ ଭୁତାଣୁ " କହେ... 

   ସ୍ପର୍ଶ କଲେ-- "ଆତଙ୍କ"

   ଛିଙ୍କି ଦେଲେ --"ଶ୍ୱାସରୁଦ୍ଧ "

   କାଶି ଦେଲେ -- "ମାଡ଼ିବସେ ଉତ୍ତାପ" |

"ମହାମାରୀ କୋବିଡ ଉଣେଇଶ"

  ଆକ୍ରମଣ କରେ -"ମାନବ ଜୀବନ" କୁ 

 ଯୁଦ୍ଧରେ ପରାସ୍ତ ହେଲେ -"ସ୍ୱର୍ଗବାସ"

 ଜୟ ଲାଭ କଲେ --"ମର୍ତ୍ୟବାସ"

କିନ୍ତୁ;

  ବହୁରୂପୀ "କରୋନା"

  ଆସିଲା ନୂଆ ରୂପରେ 

  "କରୋନା ଷ୍ଟ୍ରନ ହୋଇ 

  ଆଉ କହିଲା -ଆତଙ୍କ ହୁଅନା 

  ସମୟ --ସୁବିଧା ନେଇ କରିବି ସ୍ପର୍ଶ 

  ଦୁଇ ହଜାର କୋଡିଏ ବିଦାୟ ବେଳାର

  ସୁଯୋଗ ନେଇ କରିବି ଗ୍ରାସ |

             


Rate this content
Log in

Similar oriya poem from Tragedy