STORYMIRROR

Nirmala Nayak

Tragedy

3  

Nirmala Nayak

Tragedy

ବର୍ତ୍ତମାନ

ବର୍ତ୍ତମାନ

1 min
145

ଆକାଶରେ ସୂର୍ଯ୍ୟୋଦୟ  

ଓ ସୂର୍ଯ୍ୟାସ୍ତ ପରି ନିରାଟ ସତ୍ୟ

ଅଟେ ବର୍ତ୍ତମାନ !

ପୂର୍ଣ୍ଣମୀ ରାତି ଚନ୍ଦ୍ର ପରି  

ହିମାଳୟର

ବରଫ ପରି

ସୁଶୀତଳ !!

ଅମଵାସ୍ୟାର ଅନ୍ଧକାର ପରି

ସ୍ୱପ୍ନରେ "ତାଜମହଲ "

ଗଢିବାକୁ

ସନ୍ଧାନ ଖୋଜେ  !!!

--*-----*-----*-----*

"କଳ୍ପନା"ରେ   

ସଂସ୍କାରମୂଳକ

ରଙ୍ଗଛିଞ୍ଚି ସୃଷ୍ଟି କରେ

"ଇନ୍ଦ୍ରଧନୁ"

ପ୍ରଲୋଭନ ମୁକ୍ତ

ମନୋଭାବକୁ ନେଇ  

ଇତିହାସର ବାତାବରଣ   

ସାହିତ୍ୟର ଅଳଂକାର

ଟୋପି ଲଗାଇ 

ବିଜ୍ଞାନର ନିଶୁଣିରେ ଚଢ଼ି

ଡେଣା ମେଲାଇ

ଶୂନ୍ୟରେ ଉଡିବାକୁ   

ମୁକ୍ତ ବିହଙ୍ଗ ହେବାକୁ

ପଥ ଖୋଜେ  !!!!

*--_----*------*

ଆଉ 

"ଭବିଷ୍ୟତ" !

ସେତ ଆକାଶଚୁମ୍ବି ଦୂରତ୍ୱ   

"ସାଗର"ର ଅସରନ୍ତି

"ଜଳ ଭଣ୍ଡାର "

ଆଖି ଖୋଲି ଚାହିଁଲେ ବି  

ଆଖିର ଦୂର ଦୃଷ୍ଟି ପାଏନା   

"ଭବିଷ୍ୟତ"ର ସନ୍ଧାନ

ଦୂରଦର୍ଶନର ବାର୍ତ୍ତା ହୋଇ

ଦୂରକୁ ଦୂର

ଲମ୍ବି ଯାଏ  !!

ସତେ ଯେମିତି 

ଅନିଶ୍ଚିତ "ଭବିଷ୍ୟତ"ଟା

ମରୀଚିକା ସଦୃଶ୍ୟ

ଆଗକୁ  ଆଗକୁ   

ଘୁଞ୍ଚି ଯାଇ   

ଦୂର ଦିଗବଳୟରେ

ଲୁଚିଯାଏ   !!!!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy