ଜୀବିକା ଜୀବନ
ଜୀବିକା ଜୀବନ
ନିହାତି ସତ୍ୟ ଘଟଣାର ସାକ୍ଷାତକାର
ଜୀବିକା ହରେଇଥିବା ମଣିଷର
ନିଜ କଥା,ଅନୁଭୂତି ଓ ବର୍ତ୍ତମାନର ଜିବନ
ପ୍ରତ୍ୟକ୍ଷ ଓ ପରୋକ୍ଷ ଦୃଶ୍ୟର ଅବଲୋକନ
ସମାଜ ପ୍ରତି ପ୍ରଭାବ ଅଛି କି ନାହିଁ
ଆଲୋଚ୍ୟ ବିଷୟ ଆଗକୁ ଆଗକୁ।
ଜୀବିକା ହିଁ ଜିବନ
ଜୀବିକା ହିଁ ଈଶ୍ୱରଙ୍କ ଅନ୍ୟ ରୂପ
ହୃଦୟ ସହିତ ଜୀବିକା ଜଡ଼ିତ ହେଲେ ହିଁ ଜୀବନ
ଦାନା କନା ଓ ପ୍ରାଣ କୁ ଜୀବିକାର ହିଁ ସହଯୋଗ
ଜୀବିକା ଯାହା ବି ହେଉ
ଜୀବିକା ସହିତ ଜୀବନ ଜଡ଼ିତ ହେବାକୁ ହେବ
ସୁରକ୍ଷିତ ଜୀବିକା ହିଁ ସୁରକ୍ଷିତ ଜିବନ
ଜୀବିକା ବିହୁନେ ସମ୍ମାନ ବି ହାନି
ସମାଜର କୋଣ ଅନୁକୋଣେ
ପରିବାର ବର୍ଗ ବି ମୁହଁ ମୋଡ଼ିଦେବେ
ଜୀବିକା ହରେଇଥିବା କଥା ଜାଣିବା ପରେ ପରେ!
ଜୀବିକା ହରେଇଥିବା ବ୍ୟକ୍ତି
ତା ନିଜ ସଫେଇରେ କଣ କହୁଛି
ପଚାରି ବୁଝିବା ଜୀବିକା ହରେଇବାର ଅନୁଭୂତି
କିଛି ଧାରଣା ବି ହେବ
ଜୀବିକା ଥିବା ସମୟ ଓ ହରେଇଲା ପରେ
ଆଲୋଚ୍ୟ ବିଷୟ ବି ରୁଦ୍ଧିମନ୍ତ ହେବ !
ସୈତାନ୍ କବଳିତ ବୁଦ୍ଧିର ଉଦ୍ଦେଶ୍ୟ ମନ୍ଦ ଥିଲା
ବୁଝିବାର ଶକ୍ତି ଥାଇ ବି ପ୍ରଲୋଭିତ ହେଲି
ପରିସ୍ଥିତିର ଚାପ ବି ଥିଲା
କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ର ଅଭାବ
ଅନୈତିକ କାମକୁ ମନରେ ଉଚ୍ଚାଟ
ଜୀବିକା ପ୍ରତି ବିପଦ ହେବ କି ନ ହେବ
ଅନିଶ୍ଚିତତା ଭିତରେ ଅନୈତିକ କାମକୁ ପ୍ରଶୟ
ଜାଣିଶୁଣି ବିପଦକୁ ଆମନ୍ତ୍ରଣ,ମୂର୍ଖ ଚିନ୍ତାଧାରା !!
ରୋଜଗାର ତ କିଛି ମନ୍ଦ ନ ଥିଲା !
ପ୍ରଲୋଭନ ହେଉ ବା ପ୍ରରୋଚନାରେ
ରାତାରାତି ବୈଭବ ଜିବନ ଶୈଳୀ ଅନୁକରଣ
ପର ମୁହୂର୍ତରେ ଦୃଶ୍ୟରେ ପରିବର୍ତ୍ତନ
କର୍ମକ୍ଷେତ୍ର ରୁ ନିଲମ୍ବନ,ଖୋଳତାଡ଼ ପରେ ପରେ
ଦାନୀ ରୁ ଗାଦିଚ୍ୟୁତ ଭିକାରୀ ପଦକୁ
ହାତ ଟେକି ଦେବାର କ୍ଷମତା ଆଉ ନାହିଁ
ଭିକାରି ହୋଇ ହାତ ପତେଇଲେ ଜିବନ ବଞ୍ଚିବ !!
ସମ୍ଭ୍ରାନ୍ତ ଜିବନ ଶୈଳୀ ନ ଥିଲା
ତଥାପି ଗୁଜୁରାଣ ମେଣ୍ଟାଇବା ନିମନ୍ତେ ଯଥେଷ୍ଟ
ରୋଜଗାର କ୍ଷେତ୍ର ବି ଆକର୍ଷଣୀୟ ଥିଲା
ଅର୍ଥାଭାବ ଥିଲେ ବି ପାଖାପାଖି ସଂପର୍କୀୟ
କିଛି ନ ହେଲେ ଧାର ସୂତ୍ରରେ ଅଭାବ ପୂରଣ
ଯାହା ଥିଲା, ତା କୁ ନେଇ ଖୁସି ନ ଥିଲା
ଖୁସି ବଢେଇବା ପାଇଁ ଅନୈତିକ କାମ
ବେଶି ଡେରି ନୁହଁ,ଖୋଳତାଡ଼ ସହିତ ତଦନ୍ତ
ପରିଣାମ ସ୍ବରୂପ କର୍ମକ୍ଷେତ୍ର ରୁ ବିଚ୍ୟୁତି
ରୋଜଗାରର ବାଟ ସମ୍ପୂର୍ଣ୍ଣ ବନ୍ଦ !!
ସ୍ଥାଣୁ ଶରୀର ଓ ମନ
ମନରେ ସ୍ପୂର୍ତ୍ତି ନାହିଁ,ଆଖିରେ ଆଖିଏ ଲୁହ
ମୁଣ୍ଡ ଟେକି ବାଟ ଚାଲିବା ତ ଦୂରର କଥା
ଘରୁ ଗୋଡ଼ କାଡି ପଦାକୁ ଯିବାକୁ କୁଣ୍ଠା
ଜୀବନ ହାରିଦେବାର ଇଚ୍ଛା ବି ଥିଲା
ଓହରିବାକୁ ହେଲା,ପରିବାର ପାଇଁ
ଏବେ ମନରେ ସାହାସ ବାନ୍ଧିଛି
ସମ୍ମାନର ସହ ସମାଜରେ ଥିଲି
ନିନ୍ଦା ସହି ବି ବଞ୍ଛିବି ସଂଘର୍ଷ ସହିତ
ଜୀବିକା ପୂର୍ବରୁ ଏ ଜୀବନ ଥିଲା
ଜୀବିକା ପରେ ବି ଜିବନ ବଞ୍ଚିବ
ପରିବାର ସହଯୋଗ ହେଉ ବା ନ ହେଉ
ଦୃଢ଼ ଇଚ୍ଛାଶକ୍ତି ଏବେ ବି ମନରେ।
ଏ ଦୁଃଖର ପରିସମାପ୍ତୀ ନାହିଁ
ଆଉ ବୟସ ବି ନାହିଁ ଅନ୍ୟ କର୍ମ ନିଯୁକ୍ତିର
ଘରୋଇ ସଂସ୍ଥା ବି ଅନିଚ୍ଛୁକ
କୌଣସି ବେପାର ପାଇଁ ବି ଅର୍ଥ ଆବଶ୍ୟକ
ହୃଦୟ ଓ ପକେଟ୍ ପୁରା ଖାଲି ଖାଲି
ସର୍ବ ଶୂନ୍ୟ ମଣିଷର ସବୁଠି ଶୂନ୍ୟତା !
ରୋଜଗାର ନ ଥିବା ବାପାର ବାପାପଣିଆ
ମୂଲ୍ୟହୀନ ଅପଦାର୍ଥ ଅଦରକାରୀ
ଘରର ମୂରବୀ ନାମକୁ ମାତ୍ର
କଥାର ବି ଗୁରୁତ୍ଵ ନାହିଁ
ଘର ଜଗିବା ବ୍ୟତୀତ ଅନ୍ୟ ଉପାୟ ନାହିଁ
ଯାହା ହେଲେ ମୁଠେ ଖାଇ ବଞ୍ଚିବା କଥା
ମରିବା ପର୍ଯ୍ୟନ୍ତ ବଞ୍ଚିବାକୁ ହେବ
ଶେଷ ସମୟ ରେ ଖୁସି ଚାହୁଁଥିବା ମଣିଷଟି
ଏବେ ଅସହାୟ ,ଅଲୋଡ଼ା ଜିବନ !
ଜୀବିକା ସହିତ ରୋଜଗାର ଥିଲା
ରୋଜଗାରକୁ ନେଇ ଜିବନ ବଞ୍ଚି ରହିଥିଲା
ରୋଜଗାର ବିହୁନେ ଜିବନ ,ଅଭିଶପ୍ତ ଜିବନ
ବଞ୍ଚି ଥାଉ ଥାଉ ମରିବା ସହ ସମାନ!
ସଂକ୍ଷେପରେ ଏ ସାକ୍ଷାତକାର
ରୋଜଗାରିଆ ଏବେ ବେକାରିଆ
ଜିବିକାକୁ ହେୟ ଜ୍ଞାନ କରିବା ମଣିଷ
ଆଜି ଅନୂତପ୍ତ ,ଭୁଲ୍ ସ୍ବୀକାର କରୁଛି
ଜୀବିକା ଜୀବନର ଆତ୍ମା
ଆତ୍ମାକୁ କଷ୍ଟ ହେଲେ ଜିବନ ବି କଷ୍ଟରେ କଷ୍ଟରେ
ଆତ୍ମାରେ ଅଶାନ୍ତି, ପରମାତ୍ମା ବି କ୍ଷମା କରିବେନି!!
ଜୀବିକା ହାରିଲା ପରେ ଆଉ ନାହିଁ ମୁକ୍ତି
ଏ ସାକ୍ଷାତକାର କଥାର ଏଠି ପରିସମାପ୍ତି ।
