STORYMIRROR

Prahallad Sahoo

Drama Classics Fantasy

3  

Prahallad Sahoo

Drama Classics Fantasy

ପିତା ସ୍ବାର୍ଥରେ ପୁତ୍ର ଖୁସି

ପିତା ସ୍ବାର୍ଥରେ ପୁତ୍ର ଖୁସି

2 mins
144

ଗଙ୍ଗା ମାତାଙ୍କ ସର୍ତ୍ତ

"ନକରିବ ମୋ କାର୍ଯ୍ଯେ କେବେ ହସ୍ତକ୍ଷେପ"


ହେ, ଅଭିଶପ୍ତ "ମହାଭୀଷ" ମର୍ତ୍ତ ମଣ୍ଡଳେ

"ଶାନ୍ତନୁ" ନାମ ବହି

ଦେବ କନ୍ଯା "ଗଙ୍ଗାଙ୍କ" ସର୍ତ୍ତ ମାନି ରଚିଲ ବିହି ।


ଶାନ୍ତନୁ ଗଙ୍ଗା ସମ୍ଭୋଗର ପରିଣତି

ଅଷ୍ଟ ବସୁ ନାମେ ଜନ୍ମିଲେ ସନ୍ତାନ ଦେବବ୍ରତ

ସପ୍ତମ ସନ୍ତାନଗଣଙ୍କ ଜୀବନ,

ଜଳରେ ବୁଡେଇ ଗୋଟି ଗୋଟି କରି

ଗଙ୍ଗାମାତା ନେଲେ ପ୍ରାଣ ।


ଅଷ୍ଟମ ସନ୍ତାନ ଦେବବ୍ରତ

ପ୍ରାରବ୍ଧ କର୍ମ ଫଳ ଭୋଗିବାର ବିଧି ନିଷ୍ଠ।


ଶାନ୍ତନୁ ଲୁଚି ଲୁଚି

ସନ୍ତାନ ବିରହ ଭାବନାରେ ମ୍ରିୟମାଣ

ନିଜ ବଚନ ଭୁଲି ଗଙ୍ଗାଙ୍କୁ କରନ୍ତି ପ୍ରତିରୋଧ,

ଗଙ୍ଗା ଦେବବ୍ରତଙ୍କୁ ଛାଡି ହେଲେ ଅନ୍ତର୍ଦ୍ଧାନ।


ପୂର୍ବ ଜନ୍ମେ ବିଧି ଯାହା ଲେଖିଲେ

ଇନ୍ଦ୍ର ଦରବାରରେ ନିୟୋଜିତ ସପ୍ତ ବସୁ -

ପୃଥିବୀ, ବାୟୁ, ଚନ୍ଦ୍ରମା, ଆକାଶ, ଇତ୍ୟାଦି

ବଶିଷ୍ଠ ଋଷି ଅଭିଶାପରେ ମର୍ତ୍ତେ ଜନ୍ମିଥିଲେ

ଗଙ୍ଗା ହସ୍ତେ ଏକ ଏକ କରି ଉଦ୍ଧାର ପାଇଲେ

ସବୁ ଶାପ, ଅଭିଶାପ,

ଲୁଚା ଲୁଚି ଭାବନାରୁ ମୁକ୍ତ ହେଲେ ।


ଗଙ୍ଗା ଅଦୃଶ୍ଯ ହୁଅନ୍ତେ

ଶାନ୍ତନୁ ମତ୍ସ୍ଯଗନ୍ଧା ସତ୍ୟବତୀ ପ୍ରେମେ ପାଗଳ

ଶଶୁର କୈବର୍ତ୍ତ "ଦେଶରାଜ" ରଖନ୍ତି ସର୍ତ୍ତ -

ଆଉ କେହି ନହେବେ ରାଜା ତାଙ୍କ "ନାତି" ବ୍ଯତୀତ

ଶାନ୍ତନୁ ପୂର୍ବେ ଦେବବ୍ରତଙ୍କୁ ରାଜା ପାଇଁ ପ୍ରତିଜ୍ଞାବଦ୍ଧ

ତେଣୁ ଦେଶରାଜ ସର୍ତ୍ତ କଲେ ପ୍ରତ୍ଯାଖ୍ଯାନ।


କିନ୍ତୁ ପ୍ରେମର ପରିଧି ବିଶାଳ -----

ସତ୍ୟବତୀ ପ୍ରେମେ ଅନ୍ଧ ଶାନ୍ତନୁ

ଲୁଚି ଲୁଚି ସତ୍ୟବତୀଙ୍କ 

କାମ ଲାଳସାର ଭାବନାରେ ମଦମତ୍ତ ।


ଅନୁସନ୍ଦିଛୁ ପୁତ୍ର ଦେବବ୍ରତ ପିତା ଦୁଃଖେ ମର୍ମାହତ

ଅନୁସନ୍ଧାନ କରନ୍ତି ବିମାତା ସତ୍ୟବତୀଙ୍କ

ପିତା-ଦେଶରାଜଙ୍କ ସର୍ତ୍ତ ରହସ୍ଯ ----

ସବୁ ସର୍ତ୍ତ ମାନି ଦେବବ୍ରତ ହେଲେ ଚିରକୁମାର

ସତ୍ଯବତୀ ସଙ୍ଗେ ଶାନ୍ତନୁ ରଚିଲେ ପ୍ରଣୟ ପ୍ରେମର ।


"ପିତାଙ୍କ ସୁଖ ଶାନ୍ତି ନିମନ୍ତେ

ଦେବବ୍ରତ "ଭୀଷ୍ମ" ବନିଲେ"


ଜୀବନ ତମାମ ଲୁଚି ଲୁଚି ନିଜ ଭାବନାରେ ନିଜେ

ହେ ଭୀଷ୍ମ ରଥୀ !

ତୁମେ "ରାଜଧର୍ମ" ପାଳନ କରି ଗଲ

ଅବିବାହିତ ରହି

ଭୀଷ୍ମ ରୁ ପିତାମହ ଭୀଷ୍ମ ହୋଇଗଲ ।


ସତର ଜନ୍ମର ପ୍ରାରବ୍ଧ ମନେ ରଖି

ସରଶଯ୍ଯାର କାରଣ ଶ୍ରୀକୃଷ୍ଣଙ୍କୁ ପଚାରିଥିଲ,

ଅଠର ଜନ୍ମ ପୂର୍ବେ ଏକ ସର୍ପକୁ

ଦେଇଥିଲ ଶରଶଯ୍ଯାର ଯାତନା

ସେହି କର୍ମଫଳ ଭୋଗିଲ ଅନ୍ତକାଳେ

ହେ ମହାନ ଆତ୍ମା ।


ପ୍ରାପ୍ତ କରି ପିତାଙ୍କ ପ୍ରଦତ୍ତ "ଇଛାମୃତ୍ୟୁ" ବରଦାନ

ନିଜ ଇଛାରେ ତୁମେ କରିଥିଲ ଇହଧାମ ସମ୍ବରଣ


ଧନ୍ଯ ତୁମେ ବୀର, ଧନ୍ଯ ତୁମେ ଧନୁର୍ଦ୍ଧର

ଧନ୍ଯ ତୁମ ଧର୍ଯ୍ୟ, ଧନ୍ଯ ତୁମ ସୌର୍ଯ୍ଯ

ଧନ୍ଯ ତୁମ ଚିନ୍ତା ଓ ଚେତନା

ଧନ୍ଯ ତୁମ ଲୁକ୍କାୟିତ ଭାବନା ......!!!


ଆର୍ଯ୍ୟାଵର୍ତ୍ତର ସର୍ବଶ୍ରେଷ୍ଠ ଧନୁର୍ଦ୍ଧର !

ଅନ୍ଯକୁ ଖୁସି ବାଣ୍ଟି ବାଣ୍ଟି 

ନିଜକୁ ରଖିଲ ଚୀରକୁମାର ?



Rate this content
Log in

Similar oriya poem from Drama