STORYMIRROR

Satyanarayan Sahoo

Drama Action Classics

3  

Satyanarayan Sahoo

Drama Action Classics

ସଖା ସୁଦାମା

ସଖା ସୁଦାମା

2 mins
161


ଭାବ , ଭକ୍ତି , ବନ୍ଧୁତ୍ୱ ର ଗାଢ଼ ନିଦର୍ଶନ

ଶ୍ରୀକୃଷ୍ଣ ସୁଦାମା କଥା କରେ ପ୍ରଦର୍ଶନ

ଦ୍ଵାପର ଯୁଗରେ ରୁ ଯାହା ଯୋଗାଏ ପ୍ରେରଣା

ସ୍ନେହ ପ୍ରେମ ଶ୍ରଦ୍ଧା ଯୋଗୁଁ ଅତି ମନ ଜୀଣା ।

ବାଲ୍ୟ କାଳ ରେ ବେନି ଏ ସାଥୀ ହୋଇ ପାଠ

ପଢ଼ୁ ଥିଲେ ରହି ସନ୍ଦିପନୀ ମୁନି ମଠ

ବାଲ୍ୟ ଜୀବନ ବନ୍ଧୁତା ଅଭୁଲା କାହାଣୀ

ଭୁଲି ନ ଥିଲେ ବି କେହି ସଖା ଭାବେ ବେନି ।

ଚଳୁ ଥିଲେ ଆଶ୍ରମ ରେ ପରମ ତୃପ୍ତି ରେ

ପଢ଼ା ପରେ ସର୍ବେ ଯେ ଯା' ବାସେ ଚଳି ଗଲେ

ସମୟ କ୍ରମରେ ହେଲେ ସୁଦାମା ଦରିଦ୍ର

ବାଲ୍ୟ କାଳେ ଖାଉ ଥିଲେ ସାଥେ ବେନି ଖୁଦ ।

ପତ୍ନୀ ସୁଶୀଳା ନିର୍ଦ୍ଦେଶେ ବାଲ୍ୟ ସଖା ପାଖେ

ଯାଇ ଦୁଃଖ ଜଣାଇ କି ଉଦ୍ଧାର ନିମନ୍ତେ

ସତୃଷ୍ଣ ମନ ରେ କହି ଥିଲେ ବହୁ ବାର

ଶେଷ କୁ ସେ ଦ୍ଵାରକା କୁ ହେଲେ ଅଗ୍ରସର ।

ସେଇ ଖୁଦ ଭଜା ନେଇ ବାଲ୍ୟ ସଖା ପାଖେ

ଭେଟି ଦୁଃଖ ଜଣାଇବା କାର୍ଯ୍ୟ ର ନିମନ୍ତେ

ଅବନ୍ତୀ ନଗରୀ ରୁ ସେ ଗଲେ ଯେ ବାହାରି

ଦ୍ଵାରକା ନଗରେ ସଖା ଶ୍ରୀକୃଷ୍ଣଙ୍କ ପୁରୀ ।

ବହୁ ବର୍ଷ ବିତି ଯାଇ ଥିଲେ ସୁଦ୍ଧା ତାଙ୍କୁ

ଚିହ୍ନି ପାରି ଆତିଥ୍ୟ ସତ୍କ।ରେ ସେ ମନ କୁ

ହରି ନେଲେ ଆପେ ଛଡ଼ାଇଣ ଖାଇ ଥିଲେ

ସଖା ସୁଦାମା ଙ୍କ ଖୁଦ ଭଜା କୁ ଆଦରେ ।

ଅନାବିଳ ସ୍ନେହ , ପ୍ରେମ , ଶ୍ରଦ୍ଧା ଓ ବନ୍ଧୁତା

 ଅଭୁଲା ଅତୀତର ଏ ମୋହନିୟ ଗାଥା

ଶ୍ରୀକୃଷ୍ଣଙ୍କ ପ୍ରତି ଯିଏ ଭାବ ଓ ଭକ୍ତି ରେ

ନିବେଶଇ ମନ ସିଦ୍ଧି ଲଭେ ସେ ଅଚିରେ ।

ଈଶ୍ୱର ନିକଟେ ସର୍ବେ ଅଟନ୍ତି ସମାନ

ନିଷ୍ଠା ଆଉ ଭକ୍ତି ଘେନି ପୁରସ୍କୃତ ଜାଣ

ହୁଅନ୍ତି ସଭିଏଁ , ସଖା , ପ୍ରେମିକ , ପ୍ରେମିକା

ଭକତ କି ଅବା ବନ୍ଧୁ , ଏ କାହାଣୀ ଶିକ୍ଷା ।

ଦିଏ ନିତ୍ୟେ ସମସ୍ତ ଙ୍କୁ ସମାନ ଗୁରୁତ୍ଵ

ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ରତ ।

ନିରନ୍ତରେ ଭକ୍ତି ପୂତ ଭାବ ରେ ଆତିଥ୍ୟ

 ପାଇଁ ବ୍ୟବହାର ସାଥେ ମଧୁର ବଚନ ।

ଭାଷୀ ହରି ନେବ ଦୁଃଖୀ ଲୋକ ଙ୍କର ମନ

ନ ଦେବ କାହାରି ମନେ କେବେ ହେଁ କଷଣ ।

ପୂର୍ଣ୍ଣ ପ୍ରାଣେ ସ୍ନେହ ଶ୍ରଦ୍ଧା ସହଯୋଗ କରି

ସଖା , ବନ୍ଧୁ ମାନଙ୍କର ମନ ନେବ ହରି ।

ଦୂରାଇବ ସାଧ୍ୟ ମତେ ଦୁଃଖ ଶୋକ ତାପ

ସଖା ସୁଦାମା କାହାଣୀ ଶିଖାଏ ସମ୍ପର୍କ ।




Rate this content
Log in

Similar oriya poem from Drama