STORYMIRROR

Suresh chandra Padhy

Drama

3  

Suresh chandra Padhy

Drama

ମିଛ ମାୟା ସଂସାର

ମିଛ ମାୟା ସଂସାର

1 min
124


ଦୁନିଆ ରଙ୍ଗ ମଞ୍ଚେ ଆମେ ଦିନେ ଅଭିନୟ ସାରି ଫେରିବା

କୁହ ଭାଇ ଏଠି କିଏ କାହାର

ଅଢେଇ ଦିନିଆ ସାରା ଦୁନିଆ

ମିଛ ମାୟାର ଏ ସଂସାର ।


ଧନ ଯଉବନ ତୋର ଈଶ୍ୱର ଙ୍କ ଦାନ

ମିଛ ସଂସାରେ କରୁ ଗର୍ବ ଅଭିମାନ

ସବୁ ଛାଡି ଦିନେ ଚାଲି ଯିବୁ ଆର ପାରି

ମିଛ ମାୟା ର ସଂସାର ରେ କେହି ନୁହେଁ କାହାରି ।


ଜନ୍ମ ହୋଇ ଥିଲୁ ଦିନେ ଡାକି କୁଆଁ କୁଆଁ

ଏନ୍ତୁଡି ଘରେ ତୋ ପାଇଁ ଜଳି ଥିଲା ନିଆଁ

ନିର୍ମଳ ହୃଦୟ ରେ ଆସିଲୁ ଏଇ ଦୁନିଆ

ମିଛ ମାୟା ରେ ପଡି ହେଲୁ ତୁ ଦଗାଦିଆ ।


ପୁଅ କାନ୍ଦୁ ଥିବ ବାପା ବାପା ବୋଲି

ସ୍ତ୍ରୀ କହିବ ବିଧବା ମୁଁ ଯେ ହେଲି

କୋକେଇ ସାଥେ ଯିବ ରାମ ନାମ ଖାଲି

ମିଛ ମାୟା ସଂସାରେ କହୁ ମୋର ମୋର ଖାଲି ।


ଆରେ ମୂଢ଼ ମତି ଦେଖୁ ତୁ ସପନ ନୀତି

ମିଛ ମାୟା ସଂସାରେ ବିତେ ତୋ ଦିନ ରାତି

ମିଛ ସଂସାର ରେ କେତେ ଆସିବ ବିପତ୍ତି

ମିଛ ମାୟା ରୁ ପାରି ହେବୁ କର ହରି ଶରଣା ଗତି ।




Rate this content
Log in

Similar oriya poem from Drama