STORYMIRROR

Debabrata Mishra

Abstract Drama Action

3  

Debabrata Mishra

Abstract Drama Action

ମିଛଛବି

ମିଛଛବି

1 min
131

ରୂପ, ଛବି ପ୍ରାୟ ମିଛ କୁହନ୍ତି

ବେଳେବେଳେ ଲୁହ ଦେଖାଇ ଭାଙ୍ଗନ୍ତି ବିଶ୍ବାସ ଘର

କେବେକେବେ ହସ ଦେଖାଇ ଜାଳନ୍ତି ସୁଖର ସଂସାର

ବେଳେବେଳେ ସ୍ୱଚ୍ଛ ପୋଷାକେ ଲୁଚାନ୍ତି ମଇଳା ମନର

କେବେକେବେ ସୁବାସିତ ଦେହେ ଖୋଜନ୍ତି ବାସ ବାସ୍ନାର ।


ରୂପ, ରଙ୍ଗ ପ୍ରାୟ ମିଛ କୁହନ୍ତି

ବେଳେବେଳେ କଳାରଙ୍ଗର ଶରୀର ପବିତ୍ର ପ୍ରମାଣିତ

କେବେକେବେ ଧଳାରଙ୍ଗ ଦେହ ଭିତର ଆତ୍ମା କଳୁଷିତ

ବେଳେବେଳେ କଳାଚଷମା ତଳେ ଲୁଚିଥାଏ ଅସହାୟ

କେବେକେବେ କଳାଚଷମା ତଳେ ପାପ ଆଖିର ଭୟ, 


ଚିତ୍ର, ଚଳଚ୍ଚିତ୍ର ପ୍ରାୟ ମିଛ କୁହନ୍ତି

ବେଳେବେଳେ ଚିତ୍ରରେ ଲୁଚାଯାଇଥାଏ ଚରିତ୍ର କଳଙ୍କିତ

କେବେକେବେ ରଙ୍ଗରେ ଲୁଚାଯାଇଥାଏ କଳାକାର ଚିତ୍ତ

ବେଳେବେଳେ ଚଳଚ୍ଚିତ୍ର ଅର୍ଦ୍ଧସତ୍ଯ କରିଥାଏ ପ୍ରଦର୍ଶନ

କେବେକେବେ ମିଛଲୁହ ଦେଖାଇ ଆଣେ ନିର୍ଦ୍ଦେଶକ କ୍ରନ୍ଦନ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract