ଦରଦୀ ବନ୍ଧୁ
ଦରଦୀ ବନ୍ଧୁ
ସାହିତ୍ୟ ସଭାରେ ସାହିତ୍ୟ ଆସରେ
ଦେଖା ହୋଇଥିଲା ବନ୍ଧୁ
କିଏ କହୁଥିଲା ପରିଚୟ ଅଣସାହିତ୍ୟିକ
ମୁଁ ଜାଣେ କୃପାସିନ୍ଧୁ
ବହି ଉନ୍ମୋଚନ ଭାଷଣ ଶ୍ରବଣ କରନ୍ତି
କିଏ କହେ ଲୋକଟା ଅଳନ୍ଧୁ
ବହିବିକ୍ରି କାଳେ ଧାର କରଜ କରି
କିଣନ୍ତି ଭାବି ଜ୍ଞାନ ସିନ୍ଧୁ
ବହିଟିକୁ ପଢ଼ି ଜ୍ଞାନ ବାଣ୍ଟୁଥାନ୍ତି ଲୋକେ
ଶୁଣନ୍ତି ବୁଝନ୍ତି ସାହିତ୍ୟିକ ଯେତେ ନିନ୍ଦୁ
ଭୋକିଲା ପେଟରୁ କାଟି ବହି କିଣି ରଖନ୍ତି
ପୋଛି ପୋଛି ଝାଳ ବିନ୍ଦୁ
ପଚାରିଲେ ପଦେ କୁହନ୍ତିନି କଥା କେହି
ସମୟ ବିତାନ୍ତି ତାଙ୍କୁ ନିନ୍ଦୁ ନିନ୍ଦୁ
ବହିଟି ମୋହର ପ୍ରକାଶ ପାଇଗଲା ଯେବେ
ଖୋଜିଲି ବସ୍ତି ଅନ୍ଦି କନ୍ଦି ଗନ୍ଧୁ
କେହି ଜଣେ କହେ ବସ୍ତି ଉଚ୍ଛେଦ ପରେ
ଦେଖୁନାହୁଁ ଅନୁରାଗୀ ସେ ସାହିତ୍ୟ ସିନ୍ଧୁ
ଖୋଜିଲି,ନପାଇ ଫେରିଲି କାନ୍ଦୁ କାନ୍ଦୁ
ପ୍ରକୃତରେ ସେହିଁ ସଚ୍ଚା ସାହିତ୍ୟିକ ଜାଣିଲି
ବହିସବୁ ବାନ୍ଧୁ ବାନ୍ଧୁ
ଦେଖିନି ସେଦିନୁ ସାହିତ୍ୟ ଆସର ପାଖେ
ଭାବିଦେଲେ ସ୍ୱେଦ ବହେ ବିନ୍ଦୁ ବିନ୍ଦୁ
ମଣିଷ ଭିତରେ ଦେବତାଙ୍କୁ କିଏ ବା ବୁଝିଛି
ମନରେ ଯା ପରସ୍ତ ପରସ୍ତ ଯାଦୁ
ବାହାଦୂରୀ ଆଉ ବହାସ୍ପୋଟ ଭିତରେ
ଅଥଳ ସିନ୍ଧୁରେ ଅଚଳ ବନ୍ଧୁ ।
