STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ତୁମେ ଗଢି଼ଛ ଏ ସୁନାର ସଂସାର

ତୁମେ ଗଢି଼ଛ ଏ ସୁନାର ସଂସାର

1 min
144

ପ୍ରଭୁ ହେ

କେତେ ଯତନେ ଏତେ ସୁନ୍ଦର

ତୁମେ ଗଢିଛ ଏ ସୁନାର ସଂସାର,

ସୂର୍ଯ୍ଯ ଚନ୍ଦ୍ର ତାରର ନୀର ଅମ୍ଵର

ଧରାରେ ବନ ଗିରି ନଦୀ ସାଗର

ପିତାମାତା ଭାଇ ଭଉଣୀର

     ହସ ଖୁସି ଭରା ପରିବାର,

ହୃଦୟେ ସେନେହ ସଭିଁଙ୍କର

      ଭରି ଦେଇଅଛ ଅମୃତର

ମନ୍ଦିର ସମ ସୁନ୍ଦର ଘର

     ମନରେ ଭକ୍ତି ଶକ୍ତି ଅପାର,

ମମତାରେ ବାନ୍ଧି ଭାବ ଡୋର

      ସୁଖେ ରଖିଅଛ ନିରନ୍ତର

ପ୍ରଭୁ ହେ

ପାଇଛି ଜୀବନ ଏ ଶରୀର

    ସେ ତୁମରି କୃପା ଆଶିଷର,

ବୁଦ୍ଧି ଜ୍ଞାନ ବିବେକ ବିଚାର

    ରୂପ ଗୁଣେ ନାହିଁ ପଟାନ୍ତର

କର୍ମ କରିବାକୁ ନିରନ୍ତର

    ପ୍ରାଣେ ପ୍ରାଣ କର ତ ସଞ୍ଚାର,

ପ୍ରେରଣା ଭରି ଦିଅ ପ୍ରଚୁର

     ସପନ କରିବାକୁ ସାକାର।

ପ୍ରଭୁ ହେ

ସବୁରି ଠାରେ ତୁମ ନଜର

     ରଖିଥାଅ କରି ଯେ ଆଦର,

ଦିଅ ଯାହା ହୁଏ ଦରକାର

     ଅଭାବ ସବୁ ତ ଦୂର କର।

ସୁଖ ଦୁଃଖର ଯେତେ ଖବର

     ସେ ତ ସବୁ କରମ ଫଳର,

ତୁମ ବିନା ନାହିଁ ଯେ ନିସ୍ତାର

   ପାଦେ ତୁମ କୋଟିଏ ଜୁହାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract