ତତଲା ହୃଦୟ
ତତଲା ହୃଦୟ
ପ୍ରେମର ବରଷା ଅଦିନିଆ ମେଘ
ତତଲା ହୃଦୟ ପାଇଁ
ପ୍ରେମ ପାରିଭାଷା ପ୍ରେମିହିଁ ଜାଣନ୍ତି
ଅପ୍ରେମି ଜାଣିବେ କାହିଁ ।
କେବେସେ ସବୁଜ ସୁନ୍ଦର କାନନ
ଶାନ୍ତିର ଚାରା ଭୂଇଁ
ଆଉ କେବେ ଫୁଣି ତାତି ର ତାଣ୍ଡବ
ବୁକୁଫଟା ମରୁ ଭୂଇଁ ।
ଜୀବନ ବାଟରେ କେବେ ପ୍ରେମ ମିଳେ
ମିଳିଯାଏ ସବୁ ସୁଖ
କେବେ ପ୍ରିୟତମl ଠାରୁ ଧୋକା ମିଳେ
ମନେ ପୁରି ଯାଏ ଦୁଃଖ ।