STORYMIRROR

Sunanda Mohanty

Drama Tragedy Action

3  

Sunanda Mohanty

Drama Tragedy Action

ସ୍ଵପ୍ନ

ସ୍ଵପ୍ନ

1 min
170


ଜୀବନର ପହାଡପରି ଶବ୍ଦ

ସମାହାରରୁ ସୃଷ୍ଟି ଦୃଷ୍ଟିର 

ତ୍ରିକୋଣଭୂମିରୁ ଉତ୍ପନ୍ନ ସ୍ଵପ୍ନ

ମୁଠା ମୁଠା ମିଠା ଖଟା ଅନୁଭୂତିର

ଅନ୍ତର୍ଦୃଷ୍ଟି ଆଖିରେ ପଲକ ପଡିଲେ

ଯେଉଁ ଚିତ୍ରହାର ବୋଧେ ନାଆଁ ତାର

ସ୍ଵପ୍ନ, ବାସ୍ତବ କେବେ ଅବାସ୍ତବ

କେବେ ସତ ଲାଗେ ଅନୁଭୂତି କହେ

କେବେ ସୁଦୁ ଡାହା ମିଛ

କୋଉ କଥା କୁଆଡ଼ିକି ଯାଏ

କାହା ସ୍ଵପ୍ନ ଅନ୍ନ ତ କାହାର ଚିତ୍ରଗିତି

କାହାର ସାହିତ୍ୟ ସମ୍ଭାଷଣ କହାର ପ୍ରକୃତି

ଆଖି କାନ ନାକ ଚର୍ମ ମନ

ପଞ୍ଚ ଇନ୍ଦ୍ରିୟ ରହନ୍ତି ପାଖାପାଖି

ସ୍ଵପ୍ନ ଆଖିର ନିଆରା ବନ୍ଧୁଟିଏ

ବନ୍ୟାର କରାଳେ ନିଦ ଆଣିଦିଏ

ରତ୍ନ ପଲଙ୍କରେ ଯିଏ ଶୁଏ

ଅବା ଥକ୍କା ମେଣ୍ଟାଉ ମେଣ୍ଟାଇ ନିଦ ଆସିଯାଏ

ସ୍ଵପ୍ନ ଧନୀ ଗରିବ ଅସହାୟ ସଭିଙ୍କ

ଆଖିତଳେ ଥାଏ

କେବେ ଯଦି ସତ ହୁଏ ପାହାନ୍ତି 

 ପ୍ରହର କିଏ କହେ

ମୁଁ ଜାଣିବାରେ କିଛି କିଛି ସ୍ଵପ୍ନ ସତ ହୁଏ

ଦେଖିବାକୁ ଭୟ ହୁଏ

କିନ୍ତୁ ସ୍ଵପ୍ନ ବଞ୍ଚି ବଞ୍ଚାଇବାର ସାହାରା ଟିଏ

ସତରେ କି ଲୀଳା ସବୁ ସମ୍ପାଦିତ ବିଘଟିତ

ଏହି ପୃଥିବପୃଷ୍ଟରେ ହୋଇ ଚାଲିଥାଏ

ଅନେକରୁ ଏକ ସ୍ବପ୍ନ ଦେଖି ମଣିଷ ବଞ୍ଚି ଶିଖିଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama