STORYMIRROR

Kabiratna Nutan Kumar Behera

Drama Classics Inspirational

3  

Kabiratna Nutan Kumar Behera

Drama Classics Inspirational

ହେ ବିଘ୍ନେଶ

ହେ ବିଘ୍ନେଶ

1 min
175

ହେ ବିଘ୍ନେଶ ଗଜାନନ ଶ୍ରୀଗଣେଶ,

        ପାର୍ବତୀ ନନ୍ଦନ କର ବିଘ୍ନ ନାଶ।

ଶରଣେ ତୁମର କରୁଛି ପ୍ରାର୍ଥନା,

       ପୂର୍ଣ୍ଣକର ହେ ମୋର ମନସ୍କାମନା।

ତୁମେ ବିଦ୍ୟାପତି ତୁମେ ଗଣନାଥ,

       ଅଜ୍ଞାନ ଅନ୍ଧାରେ ଦେଖାଅ ସୁପଥ।

ଜ୍ଞାନହୀନ ଜନ ମୁହିଁ ଯେ ଅଜ୍ଞାନ,

     ବିଦ୍ୟା ବୁଦ୍ଧି ଜ୍ଞାନ କରେ ହେ ପ୍ରଦାନ।

କରୁଣା କରି ଦିଅ ତୁମ ଆଶିଷ,

      ହେ ବିଘ୍ନେଶ ଗଜାନନ ଶ୍ରୀଗଣେଶ।

କୃପାରେ ତୁମ ମୁରୁଖ ଯେ ପଣ୍ଡିତ,

       ଜ୍ଞାନାଲୋକେ ଉଜ୍ଜ୍ୱଳ କର ଜଗତ।

କପାଳେ ଚର୍ଚ୍ଚିତ ସିନ୍ଦୁର ଚନ୍ଦନ,

         ସୁନ୍ଦର ମନୋହର ଗଜ ବଦନ।

ତୁମେ ଶିଳଶୈଳ ସୁତାଙ୍କ କୁମର,

       ବିଶ୍ବ ବ୍ରହ୍ମାଣ୍ଡରେ ଅନନ୍ୟ ଠାକୁର।

ମୂଷିକ ବାହନେ ଭ୍ରମୁଛ ସଂସାର,

     ଜ୍ଞାନ ଗାରିମାରେ ତୁମେ ଯେ ସାଗର।

ତୁମେ ଅଗ୍ରପୂଜ୍ୟ ଦେବ ତିନି ପୁରେ,

      ଭାବ ଭକ୍ତି ଥାଉ ମୋର ତୁମଠାରେ।

ଅନ୍ତରରୁ ଅନ୍ତର କର ମୋ ବିଘ୍ନ,

      ଅଭୟ ଦେଇ ମୋତେ ରଖ ନିର୍ବିଘ୍ନ।

ଜ୍ଞାନର ବାରି ଧାରା କର ବର୍ଷଣ,

      ହେ ବିଘ୍ନେଶ ଗଜାନନ ଶ୍ରୀଗଣେଶ।

ସଭିଁଙ୍କର କର ହେ ତୁମେ କଲ୍ୟାଣ

        ବନ୍ଦନା କରେ ତୁମର ଶ୍ରୀଚରଣ।

ଜ୍ଞାନ ବିନା ଅନ୍ଧ ପ୍ରାୟେ ମୁଢ଼ଜନ,

      ଗର୍ବ ଅହଂକାରେ ବିତାଏ ସେ ଦିନ।

ହଜିଯାଏ ସୁଖ ଶାନ୍ତି ଏ ଦୁନିଆଁରୁ,

       ଆଶଙ୍କା ଦୂରେଇ ଦିଅ ଏ ମନରୁ।

ରଖ ବାରେ ମୋର ଭରସା ବିଶ୍ବାସ,

      ହେ ବିଘ୍ନେଶ ଗଜାନନ ଶ୍ରୀଗଣେଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama