Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debjani Sathua

Abstract Drama Classics

3.8  

Debjani Sathua

Abstract Drama Classics

ଭିଜା ସକାଳ

ଭିଜା ସକାଳ

1 min
409


ନିଦ୍ରିତ ନୟନେ ପଡେନି

             ଆଜି ଉଷାର ଆଲୋକ, 

ଭାବେ ମୁଁ ମଉନେ ଆଣିନି କି

               ସେ ଭାସ୍କରେ ଭୂଲୋକ !


ବିରାମ ଜମା ଲୋଡେ ନାହିଁ

                ବର୍ଷା ରାଣୀ ଆଜି , 

ଢାଳିବାରେ ବ୍ୟସ୍ତ ଯେ ବାରି 

               କେଉଁ ମଉଜେ ମଜ୍ଜି ।


ନିଶିଥ ଆଗମ ଭ୍ରମେ ହଜାଏ 

                ଆଜି ଏ ଭିଜା ସକାଳ, 

ଉଷ୍ମ ପାନୀୟ ଲଭିବାକୁ

              ଟିକେ ଓଠଟା ବ୍ୟାକୁଳ ।


ଦେଇଛି କାଳେ ଯନ୍ତ୍ରଣା

              ସାରା ଯାମିନୀ ଏ ଜଳଦ, 

ଭିଜା ସୁରେ ଜଣାନ୍ତି ଦ୍ୱିଜଗଣ

               ବ୍ୟଥା ସେ ଦୁଃଖଦ। 


ପ୍ରଶମିତ ଏ ପ୍ରଭାତେ 

              ରାତ୍ରିବେନ ଉଚ୍ଚାଟ ସ୍ୱର ,

ନିସ୍ତବ୍ଧ ବାୟସ ଦଳ

            ତରୁଡାଳେ  ଭାବନା କାତର ।


ବିହଙ୍ଗ ପ୍ରଭାତୀଗାନ ଚୋରାଇ 

                ନେଇଛି ଗହଳ ପାଦପ ।

ମରୁତ ପ୍ରବାହେ ଅନାୟାସେ 

           ଗାଏ ଲୁପ୍-ଟାପ୍ ଲୁପ୍-ଟାପ୍ ।


ଅବିରତ ଝରି ,କର ହେ ବାରିଧର 

                   ଅକାରଣେ ବିକଳ ,

କେତେ ଯେ କାଳୁ କ୍ଷୁଧାକୁଳ

                ବଣି ,କାକ, କୋକିଳ ।


ହଜିଯାଏ ସ୍ୱପ୍ନିଳ ମନ ,ଝୁଲି 

               ବେତ ଦୋଳି ଅଳପ ଅଳପ, 

ଆହା କି ! ସ୍ୱାଦିଷ୍ଟ ଚା' ଟି ,

       ବାରି ଝର ସୁରେ ଟପ୍-ଳପ୍ ଟପ୍-ଳପ୍ ।


କାହିଁକି କେଜାଣି ଲାଗେ ସବୁ

                    ଭାରି ଭାରି ଯେମିତି, 

ମନକହେ ଭୁଲିଯାଇ 

              ଏ ସଂସାରେ ମୋ ଉପସ୍ଥିତି ,

ଭିଜାଇ ମାନସ ଶୀତଳ ଛିଟାରେ

                ଝୁଲୁଥାନ୍ତି ଏଠି ଏଇମିତି। 


ଉଙ୍କିମାରେ ସବୁ ବେଢଙ୍ଗ 

                ଭାବନା ଆଜି ମୋ ଚିତ୍ତେ, 

ଥମିଯାନ୍ତା ଏ ବେଳା କେହି

                  ନ ଲୋଡନ୍ତା ମୋତେ ।


ସ୍ପର୍ଶେ ମୋ ଓଦା ଅଞ୍ଚଳ ,

                ପ୍ରକୃତିସ୍ଥ ମନ ଚଞ୍ଚଳ, 

ବାକି ପଡିଛି ତେଣେ ଯେତେ

                 ସଂସାର କର୍ମ ଜଞ୍ଜାଳ। 


ପରୀକ୍ଷାକୁ ଯିବ ଯେ ଦୁହିତା ମୋର, 

           ଅଫିସ ବେଳ ବି ଗଡିଯିବ ୟାଙ୍କର , 

କବାଟ ବୁଜି ଅବୁଝା ସ୍ୱପ୍ନର

            କ୍ଷିପ୍ର ପ୍ରସ୍ଥାନ ହୁଏ କବିଙ୍କର ।


Rate this content
Log in

Similar oriya poem from Abstract