ମାୟା ମୃଗ ବଧ
ମାୟା ମୃଗ ବଧ
ଶୁଣ କୋଵିଦେ ରାମାୟଣ ରସ
ଅକଳନ ପୁଣ୍ୟ ଲାଭ ସହଜ
ଉପାୟ ଅଟଇ ଏ ରାମୟଣ
ତୁଳା ପରି ପାପ ହେବ ଦହନ
ଶୁଣିଲେ କର୍ଣ୍ଣ ରେ
କଳ୍ପାନ୍ତର ପାପ ବିଧ୍ଵଂସ କରେ ।
ନାସା କର୍ଣ୍ଣ ହୀନ ହୋଇ ଅସୁରୀ
ପ୍ରବେଶିଲା ଯାଇ ସେ ଲଙ୍କା ପୁରୀ
ବିଂଶ ପାଣି ପଦେ ଜଣାଇ କହେ
ତ୍ରିଶିର , ଦୂଷଣ, ଖର ହତ ହେ
ବିହିଲେ ଏ ଦଶା
ଦଶାନନ କହେ କି ଲୋକ ହସା ।
ଏ ସାରା ସଂସାରେ ଆନକେ ଅଛି
କହ ବେଗେ କେହୁ ଦଣ୍ଡ ଦେଇଛି
କହଇ ଅସୁରି ପଞ୍ଚ ବଟୀରେ
ଆସି ରହୁଛନ୍ତି ବେନି କୁମରେ
ରାମ ଓ ଲକ୍ଷ୍ମଣ
ଦଣ୍ଡ ଦେଇ ମୋତେ କଲେ ଏସନ ।
ତାଙ୍କର ରମଣୀ ଅତି ସୁନ୍ଦରୀ
ବୈଦେହୀ ବୋଲିଣ ନାମ ତାଙ୍କରି
ମନ୍ଦୋଦରୀ ଠାରୁ ଅନେକ ବେଶୀ
ସୁନ୍ଦରୀ ପ୍ରିୟା ତା ଚାରୁ ରୂପସୀ
ତୋ ପାଇଁ ତାହାକୁ
ଆଣୁ ଆଣୁ ମୋତେ ଦେଲେ ଦଣ୍ଡକୁ ।
ସୂର୍ପଣଖା କଥା ଶୁଣି କ୍ରୋଧରେ
ପ୍ରଜ୍ଜ୍ଵଳିତ ଅଗ୍ନି ହୋଇଲା ଖରେ
ରାବଣ ତକ୍ଷଣେ ମାରୀଚ ପାଶେ
ଯାଇ ଆପଣା ର କୁଟ ପ୍ରକାଶେ
ବୋଇଲା ମାରୀଚ
ସାଜ ତୁହି ସ୍ୱର୍ଣ୍ଣ ବତାୟୁ ବେଶ ।
ଆଶ୍ରମ ର ଆଖ ପାଖେ ଖେଳିବୁ
ରାମ ଲକ୍ଷ୍ମଣ ଙ୍କୁ ତୁ ଭୁଲାଇବୁ
ଅଚାନକ ଚାହିଁ ଦେଲେ ଚକିତେ
ଦେଖିଲେ ଜାନକୀ କି ଆଚମ୍ବିତେ
ଖେଳେ ମାୟମୃଗ
ହେମ ଅଜିନ ରେ ମୋହେ କୁରଙ୍ଗ ।
ବୀଣା ଜିଣା ଭାଷୀ ଶ୍ରୀ ରାମେ ଭାଷୀ
ଆଣ ମୃଗ ବଧୀ କେଡେ ସାହସୀ
ଜାଣିବି ଆଣିଲେ ଏହାକୁ ମାରି
ଅଜିନେ ବସନ୍ତି ମୁହିଁ ଏହାରି
କହଇ ଲକ୍ଷ୍ମଣ
ମାରୀଚ ନିଶ୍ଚେ ଏ କପଟୀ ଏଣ ।
ବାସ୍ତବ ବିଶ୍ୱେ କି ସତ୍ୟ ଏସନ
ମାୟାରେ ମାରୀଚ କୁରଙ୍ଗ ସ୍ୱର୍ଣ୍ଣ
ସାଜି ଉଭା ଆହା ଏହି ସୂରଙ୍ଗେ
ନଯାଅ ତହିଙ୍କି ଏକାକୀ ତୁମ୍ଭେ
ମାନ ମୋ ବଚନ
ଲୋଭ ହିଁ ବିନାଶ ମୂଳ କାରଣ ।
ବାର ବାର ତହିଁ ଜାନକୀ ସତୀ
କହିବାରୁ ରାମ ଗଲେ ଝଟତି
ଦୂରୁ ଚାହିଁ ରାମ ରମ୍ୟ ଜ୍ୟୋତିକୁ
ଧାଇଁଲା ସେ ମୃଗ ବନ ମଧ୍ଯକୁ
ରଖ ହେ ଲକ୍ଷ୍ମଣ
ମୃଗ ରଡି କରେ ଧାଇଁ ଧାଇଁଣ ।
ଆଚମ୍ବିତ କଥା ଶୁଣି ଶ୍ରୀ ରାମ
ଭାଳିଲେ ରାକ୍ଷସ ମାୟା ଏ ସନ
କୋଦଣ୍ଡେ ନାରାଚ ପେଶି ତକ୍ଷଣ
କଲେ ମାରୀଚର ପ୍ରାଣ ହରଣ
ଭୟଙ୍କର ବେଶେ
ମରି ସେହି ବନେ ପଡିଲା ଶେଷେ ।
