STORYMIRROR

Kishore Nayak

Drama

3  

Kishore Nayak

Drama

ପ୍ରତିପାଦନ

ପ୍ରତିପାଦନ

1 min
148


ରଙ୍ଗ ବେରଙ୍ଗର ଖେଳ ଏ ଜୀବନ 

କେବେ ଭଲ କେବେ ମନ୍ଦ 

କେବେ ପ୍ରଶ୍ନବାଚୀ କେବେ ସମାହିତ 

କେବେ ପୁଣି ଖାଲି ଦ୍ଵନ୍ଦ ll


କେବେ ନିରାମୟ କେବେତ ସଂଶୟ 

କେବେ ବିଷାଦରେ ଭରା 

କେବେ ଖେଳିଯାଏ ଖୁସିର ଲହରୀ 

ପୁଲକରେ ଆତ୍ମହରା ll


ଜୀବନ ସଂଗ୍ରାମେ ଏଇ ମର ଧାମେ 

ନିତି ହେଉଥାଏ ଯୁଝି 

କେବେ କେବେ ଏଇ ଭଙ୍ଗୁର ଜୀବନ 

ନିଜକୁ ପାରେନି ବୁଝି ll


ସ୍ୱପ୍ନ ଅନେକକୁ ରାତି ତ ନିଅଣ୍ଟ 

ଭାବିବାକୁ ନାହିଁ ବେଳ 

ସ୍ୱର୍ଗକୁ ନିଶୁଣୀ ବାନ୍ଧୁ ବାନ୍ଧୁ ଏଠି 

ପୂରି ଯାଇଥାଏ କାଳ ll


ଆଶା ଅଭିଳାଷ ସହଜାତ ଗୁଣ 

ଜନ୍ମରୁ ମରଣ ଯାଏ 

ଏ ଜୀବନେ ନିତି ଅନ୍ତଃ ଚେତନାରେ 

ଅବିରତ ଧାଉଁ ଥାଏ ll


ଜୟ ପରାଜୟ ସଂଶୟ ଆତଙ୍କ 

ଏଇ ତ ଜୀବନ ନୀତି

କିଛି କିଛି କଥା ଏ ଜୀବନ ପଥେ 

ରହିଯାଏ ହୋଇ ସ୍ମୃତି ll


ମନ ମାନସରେ ରହିଥାଏ ଲୁଚି 

କେତେଯେ ଅକୁହା କଥା 

କହିଦେଲେ ଥରେ ଆପଣା ଲୋକରେ 

ପ୍ରଶମିତ ହୁଏ ବ୍ୟଥା ll


ଯାତନାର ଜ୍ୱାଳା ବେଳେବେଳେ ଏଠି 

କବଳିତ କରେ ପ୍ରାଣ

ତଥାପି ଅପୂର୍ଣ୍ଣ ରହିଯାଏ କାହିଁ 

ଜୀବନର ବିଶ୍ଳେଷଣ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama