STORYMIRROR

Naliniprava Subudhi

Tragedy

4  

Naliniprava Subudhi

Tragedy

ଜନନୀ

ଜନନୀ

1 min
331


ତୁହି ମୋ ଜନନୀ ସ୍ନେହ ସ୍ରୋତସ୍ଵନୀ

ଜନମି ଥିଲି ତୋ କୋଳେ

ବକ୍ଷୁ ସୁଧାଦେଇ ଜୀବନ ଭରିଲୁ

ଅଵୋଧ ଅଜ୍ଞାନ ଵେଳେ।


ମୋ କ୍ରୋଧ ଅଭିମାନ ତୋ,ଦେହ ଚନ୍ଦନ

ବୋଳି ହେଉ ସ୍ନେହ ଭୋଳେ

ରୁଷି ଯାଇଥିଲେ ଗଣ୍ଡେ ଵୋକଦେଇ

ଟେକିନେଉ ତୋର କୋଳେ।


ତୋ,କାନି ପଣତ ଶିରୀ କ୍ଷେତ୍ର ନେତ

ମୋର ଶିର ପରେ ଥାଏ

ରୋଗ ଶଯ୍ଯାଧାରେ ଆଖି ଲୁହ ଢାଳି

ଉଜାଗରେ ନିଶି ପାହେ।


ଯେତେ ଖାଇଥିଲେ ଖାଇନି ମୋ,ପିଲା

ବଳେଇ ଖୁଆଉ ଥାଉ

ତୋ,ପରି କିଏ ସେ ହେବ ଲୋ ଜନନୀ

ସବୁ ଦୁଃଖ ସହି ଯାଉ ।


ମନୁଷ୍ୟ ସନ୍ତାନ ପାଳନ ପାଇଁକି

ତୁ ନର ରୂପି ନାରାୟଣୀ

ଜନ୍ମେ ଜନ୍ମେ ହେବୁ ଜନନୀ ମୋହର

ବିଭୂ ପଦରେ ଦୟିନୀ।


ତୋ,ପରି ଜନନୀ ମିଳୁଥାଉ ମତେ

ତୁହି ଚିର ଵନ୍ଦନୀୟା

ମୋ,ପରି ସନ୍ତାନ ନମିଳୁ କେବେ,ଲୋ

କୁ, ପୁତ୍ରରେ ମୁହିଁ ଗଣା ।


ସୁଝି ପାରିବିନି ତୋ,ମମତା ଋଣ

ଜନ୍ମ ଜନ୍ମ ପାଇଁ ଋଣି

ତୋର ପଦତଳେ ମୋ,ସରଗ ସୁଖ

କେବେହେଲେ ମିଳିବନି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy