STORYMIRROR

Kiranbala Rath

Abstract Tragedy

4  

Kiranbala Rath

Abstract Tragedy

ଦୁଷ୍କର୍ମ ପୀଡିତା

ଦୁଷ୍କର୍ମ ପୀଡିତା

1 min
412

ସେ ଝିଅଟି ଦୁଷ୍କର୍ମ ର ଶିକାର ହୋଇଛି ବୋଲି

ତା'କୁ ଘୃଣା କର ନାହିଁ ବନ୍ଧୁଗଣ ,

ତାହା ଏକ ଖରାପ ସପନ ବୋଲି ଭାବି ଭୁଲିଯାଅ

ମନରେ ଦିଅନା ଛୁଞ୍ଚି ର ଅଗ ଭଳି ସ୍ଥାନ।


ସେ ବା କ'ଣ କରିଥାନ୍ତା ସେ ସମୟରେ

ଏକା ଥିଲା ଆଉ ଆଇନ୍ ବି ଜାଣିନି

ତା' ପରେ ବି ପୁରୁଷ ଠାରୁ ଦୁର୍ବଳ ହୋଇଛି

ସେ ଜନ୍ମ ରୁ ତା'ଘରେ ତା' ସଂପର୍କୀୟ ଠାରେ ।


ମାଁ କହେ ଝିଅ ପିଲାଟା ଟିକିଏ ରହିଯା '

ବାପା କୁହନ୍ତି ଝିଅ ପିଲାଟା ଏତେ ହୁଅନା

ବନ୍ଧୁବାନ୍ଧବ କୁହନ୍ତି ଝିଅ ପିଲାଟା ଝିଅ ଭଳି ରହ ,

ସଭିଙ୍କ ଠାରୁ ଶିଖିଲା, ଝିଅ ପରା ଦୁର୍ବଳ ।


ବଡ଼ ନାନୀ କହିଲା, ସକାଳୁ ରାତି ମାଇପିଙ୍କ

ଆଉ ତା' ବି ଏକା କରିବାକୁ ପଡ଼ିବ ଜାଣିଥା '

ପିନ୍ଧାରୁ ଆରମ୍ଭ କରି ସଭିଙ୍କ ହୃଦୟ ଜିଣିବା

ଏ ସବୁ ମାଁ ଘରେ ହିଁ ଶିଖି ଯାଇଥିଲୋ ମାଁ ।


ରୋଷେଇ ଘର ଏ ଝିଅଙ୍କର ଆଉ ବୋହୂଙ୍କର ,

ଲୁଗା ସଫା ହେଉ ଅବା ଇସ୍ତ୍ରୀ କରିବା

ଶେଯ ପାରିବା ହେଉ ଅବା ଗୋଟାଇବା

ବଢାବଢି ପୁଣି ବାସନ ମଜା ସବୁତକ କାମ

ବାପା ଭାଇ କେବଳ ଝିଅ ବୋହୂ ଙ୍କୁ ଶିଖାନ୍ତି

ଘରେ ଘରେ ଆଜି ନାରୀ ଅବଳା ଆଉ ଦୁର୍ବଳା ।


ହଁ, ଖାଲି ତାହା ନୁହେଁ ଆଜିକାଲି ଗୃହିଣୀମାନେ ନୁହେଁ

ବରଂ କର୍ମଜୀବୀ ମହିଳାମାନଙ୍କର ଅବସ୍ଥା ମଧ୍ୟ ଠିକ୍ ସେମିତି

ସତେ ଯେମିତି ହାଣ୍ଡିଶାଳ ତା' ପାଇଁ ସ୍ଥାୟୀ ଘର

ଆଉ ତା'ର ଯତ୍ନ ମଧ୍ୟ ଏକା ଝିଅ ବୋହୂଙ୍କର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract